ହାତୀ ଉପଦ୍ରବ ଯୋଗୁଁ ୭୦ ଭାଗ ଲୋକଙ୍କ ଚାଷ ନଷ୍ଟ

କେସିଙ୍ଗା ତା୧୧.୧(ତୁମେଶ୍ୱର ସାହୁ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଞ୍ଜ ଅଧିନସ୍ଥ ସୌରାପଦର ଗ୍ରାମରେ ହାତୀ ଉପଦ୍ରବ ଯୋଗୁଁ ବହୁ ଚାଷୀଙ୍କ ଚାଷ ନଷ୍ଟ ହୋଇଥିବାର ଅଭିଯୋଗ ହୋଇଛି। ୪୪ଟିକିଆ ହାତୀପଲ ଦୀର୍ଘ ୬ ମାସ ଧରି ଏହି ଅଞ୍ଚଳରେ ରହୁ ଥିବାରୁ ଚାଷୀଙ୍କ ବହୁ ଚାଷ ନଷ୍ଟ କରୁଥିବା ନେଇ ଚାଷୀମାନେ ବନ ବିଭାଗରେ ଅଭିଯୋଗ କରିଛନ୍ତି। ସୌରାପଦର ଗ୍ରାମର ୭୦%ଲୋକଙ୍କ ହାରା ହାରି ୧୦୦ କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ କାନ୍ଦୁଲ ଖାଇ ନଷ୍ଟ କରିଛନ୍ତି। ସେହି ଗ୍ରାମର ଇନ୍ଦ୍ର ସା ଙ୍କ ୩୦ଟି ଆମ୍ବ ଗଛ, ୧୫ଟି ତାର ବାଡା , ଦୁଇ ଟି ବୋର ୱେଲ ଭାଙ୍ଗି ନଷ୍ଟ କରି ଦେଇଛନ୍ତି। ସେହିପରି ଅକ୍ରୁର ହାତଙ୍କ ୩୦ଟି ଆମ୍ବ ଗଛ, ପ୍ରସାଦି ରଣା ଙ୍କ କଦଳୀ, ଆଖୁ, କାନ୍ଦୁଲ ନଷ୍ଟ କରିଦେଇଛନ୍ତି।ଉକ୍ତ ଗ୍ରାମ ଭିତରକୁ ହାତୀ ପଲ ଗତକାଲି ଆସି କଦଳୀ ଗଛ, ଆଖୁ, କାନ୍ଦୁଲ ପନିପରିବା ଇତ୍ୟାଦି ଚାଷ ନଷ୍ଟ କରି ଦେଇଛନ୍ତି। ଦୀର୍ଘ ୬ମାସ ହେଲା ଏହି ଗ୍ରାମରେ ରାତ୍ରିରେ ବିଦ୍ୟୁତ କାଟ କରାଯାଉଛି। ଯାହାଫଳରେ ଗ୍ରାମବାସୀ ଅନ୍ଧାରରେ ଦିନ କାଟୁଛନ୍ତି। ହାତୀପଲ ଏହି ଅଞ୍ଚଳରେ ରହୁଥିବାରୁ ବାଲସି, ପରଲସିଙ୍ଗା, ସିରୋଲ, ପୋଢ଼ଖମ୍ବ, ରେଙ୍ଗାଲି, ମଶାଣିବନ୍ଧ, ଆଦି ଗ୍ରାମରେ ସନ୍ଧ୍ୟା ୭ଟା ରୁ ବିଦ୍ୟୁତ କାଟ କରାଯାଉଛି।ଫଳରେ ଲୋକେ ଅନ୍ଧାରରେ ଦିନ କାଟୁଛନ୍ତି। ଏ ସଂକ୍ରାନ୍ତରେ କେସିଙ୍ଗା ବନ ବିଭାଗର ଫରେଷ୍ଟର ଯଶୋବନ୍ତ ନାଏକ ଙ୍କୁ ପଚାରିବାରୁ ଗତକାଲି ସୌରାପଦର ଗ୍ରାମକୁ ଯାଇ ବାଣ ଫୁଟାଇ ହାତୀ ଘଉଡ଼ାଇ ଥିଲୁ। ବଜ୍ରଗଡ଼ ଜଙ୍ଗଲରେ ହାତୀ ରହୁଥିବାରୁ ଅନ୍ୟ ଅଞ୍ଚଳକୁ ହାତୀ ଯାଉନାହାଁନ୍ତି। ଯାହା ଫଳରେ ଏ ଅଞ୍ଚଳରେ ହାତୀ ଉପଦ୍ରବ ହେଉଛି। ତେଣୁ ଚାଷୀ ଙ୍କ କ୍ଷୟକ୍ଷତି ଦିଆ ଯିବ ବୋଲି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *