ହାରାମାଲ ହାଇସ୍କୁଲ ଓ କଲମପୁର ସ୍ଥିତ ଆଦର୍ଶ ବିଦ୍ୟାଳୟରେ କ୍ରୀଡ଼ା ଓ ବାର୍ଷିକୋତ୍ସବ ଉଦଯାପିତ

କଲମପୁର, ୨୧/୧୨(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ହାରାମାଲ ହାଇସ୍କୁଲ ଠାରେ ୩୬ ତମ ବାର୍ଷିକ କ୍ରୀଡା ଉତ୍ସବ ପଞ୍ଚାୟତ ଖେଳ ପଡ଼ିଆରେ ଶନିବାର ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳିକିଙ୍କର ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସମାଜସେବୀ ଓ ବରିଷ୍ଠ ସାମ୍ବାଦିକ ଶେଷଦେବ ବେହେରା, ସମ୍ମାନିତ ଅତିଥି ଭାବେ କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗୀ, କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ, ହାରାମାଲ ସମିତି ସଭ୍ୟା କରୁଣା ବାଗ, ପୂର୍ବତନ ଜିଲ୍ଲା ପରିଷଦ ସୁଶାନ୍ତ ରାଉତ ଓ ବିଦ୍ୟାଳୟର ସଭାପତି କ୍ଷେତ୍ରମୋହନ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ l ସ୍ଥାନୀୟ ୪ଗୋଟି ବିଦ୍ୟାଳୟର ଛାତ୍ରୀଛାତ୍ର ପ୍ରତିଯୋଗିତାରେ ଭାଗ ନେଇଥିଲେ । ସ୍କୁଲ ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଗୀତ ନୃତ୍ୟ ପରିବେଷଣ କରାଯାଇଥିଲା। ବଡ଼କୁଟ୍ରୁ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ l ସେହିପରି କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ପୁଲକ ବାର୍ଷିକ ଉତ୍ସବ ସ୍କୁଲ ପରିସର ମଧ୍ୟରେ ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରିନ୍ସିପାଲ ରାହୁଲ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ କଲମପୁର ବିଇଓ ମଧୁସ୍ମିତା ନାଏକ ମୁଖ୍ୟ ଅତିଥି, ଅଧ୍ୟାପକ ସତ୍ୟ ନାରାୟଣ ମୁଣ୍ଡଛିନା ମୁଖ୍ୟବକ୍ତା ଏବଂ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ, ବଡକୁଟ୍ରୁ ସରପଞ୍ଚ ଗଣେଶ ପଣ୍ଡା, ପଣ୍ଡିଗାଁ ସରପଞ୍ଚ କବିତା ଜୈନ, ସମିତି ସଭ୍ୟା ଜ୍ୟୋତି ନାଏକ ପ୍ରମୁଖ ଯୋଗଦେଇଥିଲେ । ସ୍କୁଲ ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ଗୀତ ଏବଂ ନୃତ୍ୟ ପରିବେଷଣ ହୋଇଥିଲା l ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀଛାତ୍ର ମାନଙ୍କୁ ଅଭିଭାବକ ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମଟିକୁ ଶିକ୍ଷକ ତ୍ରିନାଥ ବାଗ ସଂଯୋଜନା କରିଥିଲେ l କାର୍ଯ୍ୟକ୍ରମରେ ଅଭିଭାବକ ଅଭିଭାବିକା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *