ୟଙ୍ଗଷ୍ଟାର ଗ୍ରୁପ୍ ମଣ୍ଡଳ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କଲମପୁର , ୧୨/୧୨ (ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ସାଗର ଖେଳ ପଡିଆ ଠାରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଗୁରୁବାର ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୪ ତାରିଖ ଦିନ ଆରମ୍ଭ ହୋଇ ୧୨ ତାରିଖରେ ଉଦଯାପିତ ହୋଇଛି । ଏଥିରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ । ଉଦଯାପନୀ ଦିବସରେ କଲମପୁର ଦଳ ଏବଂ ମୋତେଲଗୁଡା ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା ।
କଲମପୁର ଦଳ ଟସ୍ ଜିଣି ପ୍ରଥମେ ଫିଲ୍ଡିଂଙ୍ଗ୍ କରିବାକୁ
ନିଷ୍ପତି ନେଇଥିଲା । ମୋତେଲଗୁଡ଼ା ଦଳ ପ୍ରଥମେ ବ୍ୟାଟିଙ୍ଗ୍ କରି ୧୨ ଓଭର ବିନିମୟରେ ୧୦୪ ରନ ସଂଗ୍ରହ କରିଥିଲା । ତା’ର ଜବାବରେ କଲମପୁର ଦଳ ଖେଳଟିକୁ ଭଲ ପ୍ରଦର୍ଶନ କରି ୮ ଓଭର ସୁଦ୍ଧା ଟାର୍ଗେଟ ରନ୍ କୁ ଅତିକ୍ରମ କରି
ଚମ୍ପିୟାନ ହୋଇଥିଲା। ଏହି ଖେଳକୁ ଏମ୍ପାୟାର
ଭାବରେ ଚୂଡାମଣି ବାଗ ଏବଂ ପଦମନ ପାଲ ପରିଚାଳନା କରିଥିଲେ । ଶ୍ରୀକାନ୍ତ ଦୁର୍ଗା ଓ ବୈଷ୍ଟବ ନାଏକ ସ୍କୋରର ଭାବେ ଦାୟିତ୍ବ ତୁଲାଇଥିଲେ । ଉଦଯାପନୀ ଦିବସର ମୁଖ୍ୟ ଅତିଥି ଭାବରେ ମଣ୍ଡଳ ଗ୍ରାମ ପଞ୍ଚାୟତର ଯୋଗାଣ ସହାୟକ ଅନଙ୍ଗସେନ ବାଗ , ମୁଖ୍ୟବକ୍ତା କଲମପୁର ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା , ସମ୍ମାନୀୟ ଅତିଥି ଭାବରେ ବଲାଗାଁ ବନରକ୍ଷୀ ଜଗନ୍ନାଥ ନାଏକ, ପୂର୍ବତନ ଖେଳାଳୀ ସୁରେଶ ଚନ୍ଦ୍ର ବାଗ , ମଣ୍ଡଳ ଏଫ୍ଏଲସପ୍ ମେନେଜର ମନୋଜ ଗୁପ୍ତା , ଗଣେଶରାମ ବାଗ , ଚକ୍ରଧର ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ବକ୍ସି ନାଏକ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ଚମ୍ପିୟାନ ଟ୍ରଫି , ରନର୍ସ ଟ୍ରଫି , ମ୍ୟାନ ଅଫ୍ ଦି ସିରିଜ୍ , ମ୍ୟାନ ଅଫ୍ ଦି ମ୍ୟାଚ , ବୋଲରସ , ଫିଲ୍ଡଡ଼ର୍ସ , ସିକ୍ସରସ, ବେଷ୍ଟ କିପର ଆଦି ଅନ୍ୟ ଖେଳାଳିମାନଙ୍କୁ ଅତିଥି ପୁରସ୍କାର ବିତରଣ କରଯାଇଥିଲା। ଚମ୍ପିୟାନ କଲମପୁର ଦଳକୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସ ମୋତେଲଗୁଡ଼ା ଦଳକୁ ରନର୍ସ କପ ସହ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିଥିବା ୟଙ୍ଗଷ୍ଟାର ଗ୍ରୁପର ସମସ୍ତେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *