୧୧ ତମ ରାଜ୍ୟସ୍ତରୀୟ ନାଟକ ଓ ନୃତ୍ୟ ମହୋତ୍ସବ- ୨୦୨୪ ଉଦଯାପିତ

ଭବାନୀପାଟଣା ତା ୯/୧୨ ଭବାନୀପାଟଣା ସହର ସ୍ଥିତ ସଙ୍ଗମ ଅନୁଷ୍ଠାନଦ୍ୱାରା ଆୟୋଜିତ ଚାରି ଦିନିଆ ଏକାଦଶ ରାଜ୍ୟସ୍ତରୀୟ ଶିଶୁ ନାଟକ ଓ ନୃତ୍ୟ ମହୋତ୍ସବ ଉଦଯାପିତ ହୋଇଯାଇଛି। ଭବାନୀପାଟଣା ଟାଉନହଲ ଠାରେ ସଙ୍ଗମ ଅଧ୍ୟକ୍ଷ ନାଟ୍ୟକାର ରାଜୀନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଜିଲ୍ଲା ସଂସ୍କୃତି ଅଧିକାରୀ, ବିବେକାନନ୍ଦ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଯାପନୀ କାର୍ଯ୍ୟକ୍ରମର ଶୁଭ ଦୀପ ପ୍ରଜ୍ବଳନ କରିଥିଲେ। ଦିବସର ପ୍ରାରମ୍ଭରେ ଦଳଗତ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ପରେ ସଙ୍ଗମର କଳାକାର ମାନଙ୍କଦ୍ୱାରା ଘୁମୁରା,ଢ଼ାପ, ଡାଲଖାଇ ଆଦି ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାଜୀନ୍ଦ୍ର ପାଢ଼ୀଙ୍କ ରଚିତ ଓ ନିର୍ଦେଶିତ ଚର୍ଚିତ ନାଟକ ‘ହକଦାର’ ମଞ୍ଚସ୍ଥ ହୋଇଥିଲା। ଚଳିତ ବର୍ଷ ଶ୍ରେଷ୍ଠ ଶିଶୁ ଅଭିନେତା ଭାବେ ସାଇ ଅଭିନଵ, ନାଟକ ‘ପରୀକ୍ଷା’, ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର, ବ୍ରଜବିହାର ଏବଂ ପ୍ରଗତି କନସେପ୍ଟ ସ୍କୁଲର ନାଟକ ସପନର ଆଦ୍ୟାଶା ମଙ୍ଗରାଜ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରେଷ୍ଠ ନାଟକ ଭାବେ ପ୍ରଗତି କନସେପ୍ଟର ନାଟକ ସପନ,ସରସ୍ବତୀ ଶିଶୁବିଦ୍ୟା ମନ୍ଦିରର ‘ପରୀକ୍ଷା’ ଶ୍ରେଷ୍ଠ ପାଣ୍ଡୁଲିପି , ଶ୍ରେଷ୍ଠ ହାସ୍ୟ କଳାକାର ଭାବେ ବବିତା (ନାଟକ ‘ଅକ୍ଷୟ ଧରିତ୍ରୀ’,ଅଟାଙ୍ଗଗୁଡା ;ଶ୍ରେଷ୍ଠ ନିର୍ଦେଶକ ସପନ ନାଟକର ଉମା ଶଙ୍କରୀ ପାଲ ଓ ଆକାଶ ପଟ୍ଟନାୟକ ,ଶ୍ରେଷ୍ଠ ସଂଗୀତ ନିର୍ଦେଶକ ଜୟରାମ ସାହୁ ଓ ଶିବ ପ୍ରଧାନ (ନାଟକ ‘ପରୀକ୍ଷା’),ଶ୍ରେଷ୍ଠ ନାଟ୍ୟକାର ସୁମତି ମୁଣ୍ଡ (ପରୀକ୍ଷା ),ଶ୍ରେଷ୍ଠ ଖଳନାୟକ ରାଜେଶ୍ୱରୀ ଗୌଡ଼, ଅଟାଙ୍ଗଗୁଡା;ଶ୍ରେଷ୍ଠ ଶୃଙ୍ଖଳିତ ନାଟ୍ୟ ଦଳ (ନାଟକ ଭ୍ରଷ୍ଟାଚାର) ଲଛିପୁର, ରାଜଖଡ଼ିଆଳ ହୋଇଥିବାବେଳେ ନୃତ୍ୟ ପ୍ରତିଯୋଗିତାରେ ଶ୍ରେଷ୍ଠ ନୃତ୍ୟ ଶିଳ୍ପୀ ଭାବେ ମାନ୍ୟତା ରାଉତ (କନିଷ୍ଠ )ଓ ଅନ୍ଵେଷା ମିଶ୍ର (ବରିଷ୍ଠ )ପୁରସ୍କୃତ ହୋଇଥିଲେ। ନାଟକ ବିଚାରପତି ଭାବେ ଡ. ଉମେଶ ଚନ୍ଦ୍ର ଶତପଥୀ ଓ ଶାନ୍ତନୁ କୁମାର ମୁଣ୍ଡ ଏବଂ ନୃତ୍ୟ ବିଚାରକରେ ରାଜେଶ ନାଏକ ଓ ପ୍ରତିଭା ମିଶ୍ର ଆସୀନ ଥିଲେ। ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ରାଧେଶ୍ୟାମ ଦାଶ, ଚକ୍ରଧର ମହାରଣା, ସୁକାନ୍ତ ପ୍ରଧାନ, ଯୋଗୀନ୍ଦ୍ର ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *