୧୭୨୮ ବୋତଲ କଫ ସିରପ୍ ଜବତ, ଡ୍ରାଇଭର ଗିରଫ ଜଣେ ଫେରାର

କେସିଙ୍ଗା ତା ୩୧.୧୨(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବୋରିଆ -ଜୋଲକୋ ଗ୍ରାମ ଦେଇ ଯାଇଥିବା ଜାତୀୟ ରାଜପଥ ନିକଟରେ ଏକ ନକଲି କଫ ସିରପ୍ ପୋଲିସ ଆଜି ମଙ୍ଗଳବାର ଜବତ କରିଥିବା ଜଣାପଡ଼ିଛି।ଆକାଶ ଅଗ୍ରୱାଲ ନାମକ ଡ୍ରାଇଭର ସହିତ ଅନ୍ୟ ଏକ ଲୋକ କେସିଙ୍ଗା ରେଳଷ୍ଟେସନ ରୁ ନୂଆପଡା ଜିଲ୍ଳାକୁ ଯାଉଥିବା ନେଇ ପୋଲିସ କୈାଣସି ସୂତ୍ରରୁ ଖବର ପାଇଥିଲା। ଡ୍ରାଇଭର ଘର ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଉଦ୍ୟାନବନ୍ଧ ବୋଲି ଜଣାପଡ଼ିଛି। ଉକ୍ତ କଫ ସିରପ୍ ବୋତଲ ପ୍ରତି ୧୦୦ ଏମ.ଏଲ ହୋଇଥିଲା ବେଳେ ୧୭୨୮ବୋତଲ ଏକ ଆର୍ଟିକା ଗାଡି ନଂ.ସି. ଜି.ଓ.4LU.0316 ଗାଡିରେ ଚାଲାଣ ହେଉଥିବା ବେଳେ କେସିଙ୍ଗା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଗାଡିଟିକୁ କେସିଙ୍ଗା ରୁ ପିଛା କରିଥିଲେ। ଜୋଲକୋ ବୋରିଆ ଗ୍ରାମ ନିକଟରେ ଉକ୍ତ କଫ ସିରପ୍ ଭର୍ତ୍ତି ଗାଡିକୁ ଜବତ କରିବା ସହ ଡ଼୍ରାଇଭରକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ନରେଶ ଗହିର ଫେରାର ହୋଇଯାଇଥିବା ଜଣାପଡିଛି। ମାଜିଷ୍ଟ୍ରେଟ ଭାବେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚିଲା ପରେ ସିରପ୍ ଗୁଡ଼ିକୁ କୁ ଗଣତି କରାଯାଇଥିଲା। ବର୍ତ୍ତମାନ ଜବତ ସିରପ୍ କେସିଙ୍ଗା ଥାନାରେ ରଖାଯାଇ ଅଧିକ ତଦନ୍ତ ଜାରି ରହିଥିବା କେସିଙ୍ଗା ପୋଲିସ ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *