
କେସିଙ୍ଗା – ୨୩/୪ ଗତକାଲି ଜାମୁ କାଶ୍ମୀରର ପହଲଗାମ୍ ପର୍ଯ୍ୟଟନ ସ୍ଥଳୀରେ ଆତଙ୍କବାଦୀ ମାନେ ତାଣ୍ଡବ ରଚି ଧର୍ମ ଆଧାରରେ ବାଛି ବାଛି ହିନ୍ଦୁ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏଭଳି ବର୍ବର ହତ୍ୟାକାଣ୍ଡର ଦେଶ ବିଦେଶରେ ଘୋର ନିନ୍ଦା କରାଯାଇଥିଲା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରବାସୀ ଭାରତ ସରକାର ଏହା ବିରୁଦ୍ଧରେ ଦୣଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଏଥିସହ ଏହି ହତ୍ୟାକାଣ୍ଡର ଦୣଢ ନିନ୍ଦା କରି ଏହାର ପ୍ରତିବାଦରେ କାଣ୍ଡେଲ ଜଳାଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ଗୌରୀଶଙ୍କର ମନ୍ଦିର ନିକଟରେ ସମାପନ କରିଥିଲେ। ଏହି ଶୋଭାଯାତ୍ରାରେ ଦଳମତ ନିର୍ବିଶେଷରେ ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତା ସହ ସଦସ୍ୟବୣନ୍ଦ ଏବଂ ମାନ୍ୟଗଣ୍ୟ ବକ୍ତିମାନେ ଭାଗ ନେଇଥିଲେ। ( ଚନ୍ଦ୍ରମଣି ସ୍ବାଇଁଙ୍କ ରିପୋର୍ଟ )