
କେସିଙ୍ଗା- ୧୬/୧ ସାମାଜିକ ନିରାପତ୍ତା ଯୋଜନାରେ ଗତକାଲି ଠାରୁ କେସିଙ୍ଗା ଏନ୍ଏସିର ୮୦ ବର୍ଷ ବୃଦ୍ଧବୃଦ୍ଧା ଓ ୮୦% ଭିନ୍ନକ୍ଷମ ମାନଙ୍କୁ ମିଳୁଛି ୩୫୦୦ ଟଙ୍କା ଭତ୍ତା। ଏନ୍ଏସି କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ କେସିଙ୍ଗା ଏନ୍ଏସିର ୧୨ ଟି ଓ୍ବାର୍ଡରେ ୨୦ ହଜାରରୁ ଉର୍ଦ୍ଧ୍ଵ ଲୋକ ବସବାସ କରୁଛନ୍ତି। ସେଥିମଧ୍ୟରୁ ମଧୁବାବୁ ପେନସନ୍ ଯୋଜନାରେ ୧୫୬୭ ଜଣ ଓ କେନ୍ଦ୍ରୀୟ ଏନ୍ ଏସ୍ ଏ ପି ଯୋଜନାରେ ୪୩୬ ଜଣ ସାମାଜିକ ସୁରକ୍ଷା ହିତାଧିକାରୀ ରହିଛନ୍ତି। ଏନ୍ଏସିରେ ସମୁଦାୟ ସାମାଜିକ ସୁରକ୍ଷା ହିତାଧିକାରୀଙ୍କ ସଂଖ୍ୟା ୨୦୦୩ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୮୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧବୃଦ୍ଧା ୩୬ ଜଣ ଓ ୩୧ ଜଣ ୮୦% ଭିନ୍ନକ୍ଷମ ମାନଙ୍କୁ ୩୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଇଛି । ଏମାନଙ୍କୁ ଭତ୍ତା ପ୍ରଦାନ ବେଳେ ନଗରପାଳ ନୃପରାଜ ଯାଦବ, ଉପାଧ୍ୟକ୍ଷା ସରସ୍ବତୀ ସାହା, ନିର୍ବାହୀ ଅଧିକାରୀ ପ୍ରଣବ ଚାନ୍ଦ ୩ ନଂ କାଉନସିଲର ରୋହିତ ଜୈନ ଓ ୧୧ ନଂ କାଉନସିଲର ରମାକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।