
କେସିଙ୍ଗା-୨୭/୯ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗର ବିଜେପି ତରଫରୁ ସେପ୍ଟେମ୍ବର ୧୭ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିବସ ଠାରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ “ସେବା ପକ୍ଷ ” ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ କେସିଙ୍ଗା ନଗର ବିଜେପି ସଭାପତି ପିଙ୍କୁ ପରିଡ଼ା ଙ୍କ ନେତୃତ୍ୱରେ ବୋରିଙ୍ଗପଦର ଗୋଶାଳା ପରିସରରେ “ଏକ ପେଡ ମା କେ ନାମ ” ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସ, ଜିଲ୍ଲା ଉପସଭାପତି ବିର୍ଦ୍ଧିଚାନ୍ଦ ଜୈନ, ପୁର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ, ମଗନ ସିନ୍ଦୁର, ସମ୍ପାଦକ ଯୁଗଳ କିଶୋର ଦୀପ, ସଚିନ ଜୈନ, କମଳାକାନ୍ତ ସାହୁ, ଯାଜ୍ଞସେନୀ ସାହୁ, ଲକ୍ଷ୍ମୀ ହେର୍ଣ୍ଣା, ଜୟନ୍ତୀ ଗହୀର, ମଞ୍ଜୁଳା ନାୟକ, ସୁଶାନ୍ତ ସାହା ପ୍ରମୁଖ ଯୋଗଦେଇ ବୣକ୍ଷରୋପଣ କରିଥିଲେ।