To, The SP vigilance, Koraput.

ମହାଶୟ,

ମୁଁ ଚନ୍ଦ୍ରମଣି ସ୍ବାଇଁ, କେସିଙ୍ଗା, କଳାହାଣ୍ଡିରୁ ଲେଖି ଜଣାଉଅଛି କି ଯେ, ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ କେସିଙ୍ଗା ବ୍ଲକ ଅଧୀନସ୍ଥ ଚାଞ୍ଚେର ଓ ଉତ୍କେଳା ପଞ୍ଚାୟତର ପୂର୍ବତନ ପିଇଓ ଲମ୍ବୁ ଶିଖା କାର୍ଯ୍ୟରତ ଥିବାବେଳେ ୧୪ ଓ ୧୫ତମ ସିଏଫସି ଏବଂ ୪ର୍ଥ ଓ ୫ମ ଏସଏଫସି ଅନୁଦାନରୁ ପାଖାପାଖି ଏକ କୋଟି ଟଙ୍କା ଦୂରୁପଯୋଗ କରିଥିବା ନେଇ ବ୍ଲକ ଫାଇନାନ୍ସ ଅଫିସର ତଦନ୍ତ ରିପୋର୍ଟ ପୂର୍ବତନ ବିଡ଼ିଓ ପଦ୍ମନାଭ ପୁରୋହିତଙ୍କୁ ପ୍ରଦାନ କରିଥିଲେ। ଏହି ତଦନ୍ତ ରିପୋର୍ଟରେ ଅର୍ଥ କାରବାରରେ ଚେକ୍ ମାଧ୍ୟମରେ ଟଙ୍କା ଉଠାଣ ହୋଇଥିବାରୁ କ୍ୟାସ୍ ବୁକ୍ ଓ ପାସ୍ ବୁକ୍ ମଧ୍ୟରେ ବହୁତ ପ୍ରଭେଦ ରହିଛି। ତେଣୁ ଶ୍ରୀ ଶିଖା ଉକ୍ତ ପଞ୍ଚାୟତର ପିଇଓ ପଦବୀରୁ ବଦଳି ହୋଇ କେସିଙ୍ଗା ବ୍ଲକରେ ଖାଲି ପଡ଼ିଥିବା ଜିପିଡିଓ ପୋଷ୍ଟରେ ଭାରପ୍ରାପ୍ତ ଜିପିଡିଓ ଭାବେ ଅବସ୍ଥାପିତ କରାଯାଇଥିଲା। ହେଲେ ପୂର୍ବତନ ପିଇଓ ଲମ୍ବୁ ଶିଖା ଆଜିଯାଏ ନୂତନ ପିଇଓ ମାନଙ୍କୁ ସମ୍ପୂର୍ଣ୍ଣ ଦାୟିତ୍ବ ହସ୍ତାନ୍ତର କରିପାରିନାହାନ୍ତି।

ତେଣୁ ଆପଣଙ୍କୁ ନିବେଦନ, ଏହାର ବିଧିବଦ୍ଧ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରୁଛି। ଏଣୁ ମୁଁ ଆପଣଙ୍କ ନିକଟରେ ଚିର କୃତଜ୍ଞ ରହିଛ ।

ଇତି

ଆପଣଙ୍କର ବିଶ୍ୱସ୍ତ

ଚନ୍ଦ୍ରମଣି ସ୍ବାଇଁ, କେସିଙ୍ଗା, କଳାହାଣ୍ଡି

Leave a Reply

Your email address will not be published. Required fields are marked *