ଜରାଜୀର୍ଣ୍ଣ ଅବସ୍ଥାରେ କଲମପୁର ପ୍ରାଣୀଧନ ଚିକିତ୍ସାଳୟ

କଲମପୁର- ୨୫/୧୦ (ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପ୍ରାଣୀଧନ ଚିକିତ୍ସାଳୟର ଚିକିତ୍ସା ଓ ଔଷଧପତ୍ର ଗଚ୍ଛିତ କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । କେଉଁ ମୁହୂର୍ତ୍ତରେ ଏହା ଭୁଷୁଡି ପଡିବ ତାହା କହି ହେବ ନାହିଁ। ତଥାପି ଏଭଳି ଦୂରାବସ୍ଥା ପ୍ରକୋଷ୍ଠରେ ପ୍ରାଣୀଧନ ଚିକିତ୍ସକମାନେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଆସୁଛନ୍ତି। ଛାତରୁ ଅଧା ସିମେଣ୍ଟ କଂକ୍ରିଟ ଖସିଗଲାଣି। ପୂର୍ବରୁ ନିର୍ମାଣ ସମୟର ଲୁହା ରଡଗୁଡିକ କଳଙ୍କି ଲାଗି ତଳମୁହା ହେଲାଣି। ଅନ୍ୟ ପ୍ରକୋଷ୍ଠ ନ ଥିବାରୁ ଏଭଳି ବିପଦପୂର୍ଣ୍ଣ ଘରେ ପ୍ରାଣୀ ସେବା ଯୋଗାଇବା ନିମନ୍ତେ କର୍ମଚାରୀମାନେ ବାଧ୍ୟ ହେଉଛନ୍ତି । ଏନେଇ ପ୍ରାଣୀଧନ ଚିକିତ୍ସାଧିକାରୀ କହିଛନ୍ତି, ଆମେ ଜିଲ୍ଲା ଅଧିକାରୀ ତଥା ଗ୍ରାମ୍ୟ ଉନ୍ନୟନ ବିଭାଜନକୁ ଲିଖିତ ଭାବେ ଜଣାଇଛୁ। କିନ୍ତୁ ଆଜିଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହି କୋଠା କେତେବେଳେ ଯେ ଭାଙ୍ଗିଯାଇ ଧନ ଜୀବନ କ୍ଷତି ହେବ କହିହେବ ନାହିଁ। ତଥାପି ଡେମେଜ ଘୋଷଣା କରାଯାଉ ନାହିଁ। ଏହାହିଁ ବିଡ଼ମ୍ବନା ବୋଲି ସେ କହିଛନ୍ତି। ଏନେଇ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଜନର ସହକାରୀ ଯନ୍ତ୍ରୀ ଶ୍ରୀ ମାଝି ବାବୁଙ୍କୁ ପଚାରିବାରୁ ସେ କହିଥିଲେ ଏ ବିଷୟରେ ମୁଁ ଅବଗତ ଅଛି ଏବଂ ଚିଠି ମଧ୍ୟ କରାଯିବା ଜାଣିଛି। ଏ ବିଷୟରେ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଏହାର ସମାଧାନ ଶୀଘ୍ର କରାଯିବ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *