
କେସିଙ୍ଗା- ୨୬/୧୦ ଆଜି କେସିଙ୍ଗା ସାମ୍ବାଦିକ ମହାସଂଘ ତରଫରୁ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଠାରେ ବରିଷ୍ଠ ସାମ୍ବାଦିକ ପୂର୍ବତନ କଳାହାଣ୍ଡି ଜିଲ୍ଲା ସମାଜ ପ୍ରତିନିଧି ବିଜୟ ଦ୍ବିବେଦୀଙ୍କ ପରଲୋକରେ ଶୋକ ସଭା ଓ ଆସନ୍ତା ୧୬ ତାରିଖରେ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ପ୍ରଥମେ ଗତ ୨୨ ତାରିଖରେ ଭବାନୀପାଟଣାର ବରିଷ୍ଠ ସାମ୍ବାଦିକ ଶ୍ରୀ ଦ୍ବିବେଦୀଙ୍କ ସ୍ଵର୍ଗବାସ ହୋଇଥିବାରୁ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ମହାସଂଘର ସଭାପତି ସୁଶାନ୍ତ ମହାପାତ୍ରଙ୍କ ନେତୃତ୍ବରେ ଉପସ୍ଥିତ ସଦସ୍ୟମାନେ ୨ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ଏହାପରେ ଆସନ୍ତା ନଭେମ୍ବର ୧୬ ତାରିଖରେ ଜାତୀୟ ପ୍ରେସ୍ ଦିବସ ପାଳନ ଉପଲକ୍ଷେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା।