
କେସିଙ୍ଗା- ୨୭/୧ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପୁଲିସ ମଦନପୁର ରାମପୁର ଅଞ୍ଚଳର ଆଶିଷ ମାଝୀ ( ୨୪ )ପିତା ଅଶୋକ ମାଝୀ ଗ୍ରାମ ଅଇଁନାପଲ୍ଲୀ, ନରେଶ ହରିଜନ(୨୫) ପି. ରୁଦ୍ର ହରିଜନ, ଗ୍ରାମ- ଝଳିଆଗୋଭା, ଅଜିତ ସାହୁ,(୨୬) ପି. ଝିମନ ସାହୁ ଗ୍ରାମ- କୁଶୁର୍ଲା ଓ ଗୋପାଳ ହରିଜନ (୨୪), ପି. ଧରଣୀ ହରିଜନ, ଗ୍ରାମ- ଝଳିଆଗୋଭା ୪ଜଣ ଯୁବକ ଓଡି୦୮ସି ୭୨୦୯ ଏକ ବୋଲର ଗାଡିରେ ଆସି ନିଜକୁ ପୋଲିସ ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରିବା ସହିତ ଠକେଇ ଅଭିଯୋଗରେ କେସିଙ୍ଗା ପୋଲିସ ଏମାନଙ୍କୁ ଗିରଫ କରି ଥାନା କେଶ୍ ୨୧/୨୬ ରେ ମାମଲା ରୁଜୁ କରି ଦଫା ନଂ୨୦୫/୩୧୦(୪)୩୧୦(୫) ବିଏନଏସ ଆରଡବ୍ଲୁ ସେକ୍ସନ ୨୫ (୧) ଏ ଆର୍ମ ଆକ୍ଟ ଦଫାରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଏସଡିପିଓ ସନ୍ଦୀପ ମାଝୀ ସୂଚନା ଦେଇଛନ୍ତି।