କେସିଙ୍ଗା-୨୭।୧। ଗତକାଲି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ପରଲସିଙ୍ଗା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ୭୭ତମ ସାଧାରଣ ତନ୍ତ୍ର ଦିବସ ସମାରୋହରେ ସୋମବାର ଦିନ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପରଲସିଙ୍ଗା ପଞ୍ଚାୟତ ସରପଞ୍ଚ କୃତାଞ୍ଜଲ ଗଉଡ଼ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଷ୍ଟ୍ର ଉଦ୍ଦେଶ୍ୟ ରେ ଉଦବୋଧନ ଦେଇ ସରପଞ୍ଚ କହିଥିଲେ ଯେ, ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇ ଯେଉଁ ସଂଗ୍ରାମୀ ମାନେ ଦେଶ ମାତୃକା ପାଇଁ ବଳିଦାନ ଦେଇଛନ୍ତି ଆଜିର ଦିନରେ ସେମାନଙ୍କୁ ମନେ ପକେଇବା ଦିନ । ଏବଂ ସହଯୋଗ କରିଥିଲେ ଯୁଗଳ କିଶୋର ନାଏକ , ଏଥିରେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଝସକେତନ୍ ସାହୁ, ଜିଆରଏସ୍ ଡୋଲି ଭୋଇ,ନାଏବ ସରପଞ୍ଚ ଗୀତାଞ୍ଜଳି ସାହୁ, ୱାର୍ଡ ସଭ୍ୟ ସଭ୍ୟା,ଲମ୍ବୋଦର ମାଝୀ,ଉତ୍ତର ମାଝୀ, କୌତୁକ ଗଉଡ, ମାୟାଧର କୁମାର,ପୂର୍ଣ୍ଣମୀ ସାହୁ ସହିତ ସମସ୍ତେ ସାମିଲ ଥିଲେ,ଏବଂ ଏକ୍ସ ସରପଞ୍ଚ କିଶୋର ବାଗ, ଏମ୍ ବି କେ, ସିଆରପି, ପିଏସ ମେମ୍ବର, ପରଲସୀଙ୍ଗା ଅରବିନ୍ଦ ସ୍କୁଲ ର ଶିକ୍ଷକ, ଶିକ୍ଷୟିତ୍ରୀ,ଏବଂ କୁନି କୁନି ଛାତ୍ର, ଛାତ୍ରୀ, ଗାଁ ସାଥି, ଅଙ୍ଗନୱାଡ଼ି କର୍ମୀ, ପରଲସିଙ୍ଗା ପଞ୍ଚାୟତ ର ସମସ୍ତ ଷ୍ଟାପ୍, ପରଲସିଙ୍ଗା ପଞ୍ଚାୟତ ସମସ୍ତ ଭଦ୍ର ବୃନ୍ଦ, ପ୍ରମୁଖ ସାମିଲ ହୋଇ ଉପସ୍ଥିତ ଥିଲେ । ଓ ଦାମୋଦର ମାଝୀ ମଞ୍ଚ ପରିଚାଲନା କରିଥିଲେ ।