୨ ରୁ ଅଧିକ ସନ୍ତାନ ଥିବା ଅଭିଯୋଗରେ ୪ ଓ୍ବାର୍ଡ ମେମ୍ବର ବହିଷ୍କାର

କେସିଙ୍ଗା- ୧/୪ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଫଟକାମାଲ ଗ୍ରାମ ପଞ୍ଚାୟତର ୪ ଜଣ ଓ୍ବାର୍ଡ ମେମ୍ବରଙ୍କୁ ଜିଲ୍ଲାପାଳ ଆଜି ବହିଷ୍କାର କରିଛନ୍ତି। ସୂଚନାରୁ ପ୍ରକାଶ ଯେ ଫଟକାମାଲ ପଞ୍ଚାୟତରେ ୧୨ ଟି ଓ୍ବାର୍ଡ ଥିଲାବେଳେ ଲଟକାମାଲ ଗ୍ରାମର ବଳିଷ୍ଠ ମାଝି, ଫଟକାମାଲ ଗ୍ରାମର ରାଜେନ୍ଦ୍ର ସେଠୀ, ଖୁସିରାମ ଭୋଇ, ଭାନୁମତୀ ମେହେର ୨୦୨୨ ପଞ୍ଚାୟତ ନିର୍ବାଚନରେ ଭୁଲ୍ ସତ୍ୟପାଠ ଦେଇ ନିର୍ବାଚନରେ ବିଜୟୀ ହୋଇଥିଲେ। ଏନେଇ ପଞ୍ଚାୟତର କିଛି ଲୋକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ ଏହାର ତଦନ୍ତ କରି ଉକ୍ତ ୪ ଓ୍ବାର୍ଡ ମେମ୍ବରଙ୍କ ଦୁଇରୁ ଅଧିକ ସନ୍ତାନ ଥିବା ଜାଣି ଓଡ଼ିଶା ପଞ୍ଚାୟତିରାଜ ଆକ୍ଟ ୧୯୬୪ ଅନୁସାରେ ୪ ଜଣ ଓ୍ବାର୍ଡ ମେମ୍ବରଙ୍କୁ ବହିଷ୍କାର ପାଇଁ ଉପ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *