
କେସିଙ୍ଗା-୨୦/୭ ସତ୍ୟ ର ସ୍ୱର ପରିବାର ପକ୍ଷରୁ ରୋଗୀ ଙ୍କୁ ଫଳ ବଣ୍ଟନ । ପ୍ରମୁଖ ସାମାଜିକ ଗଣମାଧ୍ୟମ “ସତ୍ୟ ର ସ୍ୱର ” ପରିବାର ପକ୍ଷରୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।ସତ୍ୟର ସ୍ୱର ପରିବାର ର ମୁଖ୍ୟ ସଂଗ୍ରାମ କେଶରୀ ଦେଓ ଙ୍କ ପୁଅ ଅଂଶୁମାନ ଦେଓ ଏବଂ ସତ୍ୟର ସ୍ୱର ପରିବାର ର ସଦସ୍ୟ ଟିକେରାମ ତାଣ୍ଡି ଙ୍କ ଜନ୍ମ ଦିବସ ଉପଲକ୍ଷେ ଆଜି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଫଳ ଓ ବ୍ରେଡ୍ ବଣ୍ଟନ କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ସତ୍ୟ ର ସ୍ୱର ପରିବାର ର ମୁଖ୍ୟ ସଂଗ୍ରାମ କେଶରୀ ଦେଓ ଙ୍କ ସହିତ ଅଂଶୁମାନ ଦେଓ , ପରିବାର ର ସଦସ୍ୟ ଟିକେରାମ ତାଣ୍ଡି ,ଜ୍ୟୋତି ବାବୁ ମହାରଣା ,ମହେଶ୍ୱର ମାଝୀ ଓ ପରମା କରୁଆଁ ପ୍ରମୁଖ ଉପସ୍ଥିତ ଥିଲେ ।