ଗିନିଜ୍ ବୁକ୍ ଅଫ୍ ରେକର୍ଡ ଅଧିକୣତ କେସିଙ୍ଗା ବୣନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର କଳାକାରଙ୍କୁ ସମ୍ବର୍ଦ୍ଧିତ

କେସିଙ୍ଗା-୧୮/୭ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ସାଧାରଣ ପେରେଡ଼ରେ ୫ହଜାର ରୁ ଉର୍ଦ୍ଧ୍ବ ଫିଉଜନ ନୃତ୍ୟରେ ଡାଲଖାଇ ନୃତ୍ୟ ପରିବେଷଣ କରି ପ୍ରଶଂସିତ ହେବା ଓ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବା କଳାକାରଙ୍କୁ ଆଜି ଅନୁଷ୍ଠାନର ନୂତନ ସଭାଗୃହରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉପଲକ୍ଷେ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସଚିନ ପାଓ୍ବାର ପ୍ରକାଶ ଯୋଗ ଦେଇ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଟିଜେନ୍ ଫୋରମ ସଭାପତି ଡା. ହେମସାଗର ସାହା, ଆଇ ଏ ଏସ (ପ୍ରବେଶନ) ଅନିମେଶ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡ଼ିଓ ଜନ୍ମେଜୟ ସ୍ୱାଇଁ ଉପସ୍ଥିତ ରହି କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ନିକଟରେ ମସ୍କୋ ଠାରେ ନୃତ୍ୟ ପରିବେଷଣ କରିଥିବା ପ୍ରତିଭା ଅନୁଷ୍ଠାନର ସଭାପତି ଧ୍ୟାନ ପଣ୍ଡା ଓ ଚିଣ୍ଟୁ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ଼ ଅଜୟ ମିଶ୍ର, ପୂର୍ବତନ ନଗରପାଳ ରାମ କୁମାର ଜୈନ, ସରିତା ସିନ୍ଦୁର, ଜଗଦୀଶ ମଣ୍ଡଳ, ଏମ୍ ଏସ ଏ ର ପୂର୍ବତନ ସଭାପତି ତଥା ବିଶିଷ୍ଟ ସାହିତ୍ୟିକ ଜୟନ୍ତ ବେହେରା, ବିଶିଷ୍ଟ କଳାକାର କୁମାର ସିଂ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ସମ୍ପାଦକ ଅକ୍ଷୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ସୁଶ୍ରୀ ରୁବି ଚୌଧୁରୀ ମଞ୍ଚ ପରିଚାଳନା କରିଥିଲା ବେଳେ କୋଷାଧକ୍ଷ ବିକ୍ରମ ବାରିକ,କମ୍ବୁ ପାଣି ବାଗ, କବିତା ପାଣିଗ୍ରାହୀ, ସୁକଦେବ ଭୋଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *