ସରକାରୀ ତଥା ଗୋଚର ଜମିରୁ ଦିନ ଦ୍ବିପହରରେ ବେଆଇନ ମାଟି ଉଠାଣ

କେସିଙ୍ଗା- ୩/୧୦ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଗ୍ନିଶମ ବିଭାଗ ଏବଂ ପ୍ରାୟ ୭୦/୮୦ ମିଟର ଦୂରରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ପାଖରେ ଥିବା ମିନିଟ ଷ୍ଟାଡିୟମ ପଛ ପଟରୁ ବେଆଇନ ମାଟି ଉଠାଣ ହେଉଥିବା ଖବର ମିଳିଛି। ସୂଚନା ମତେ ମିନି ଷ୍ଟାଡିୟମର ପଛ ପଟେ ଥିବା ସରକାରୀ ଜମିରୁ କେହି ଜଣେ ଖଣି ବିଭାଗର ବିନା ଅନୁମତିରେ ଜେସିବି ଓ ଟ୍ରାକ୍ଟର ଲଗାଇ ଦିନ ଦ୍ବିପହରରେ ବେଆଇନ ଭାବେ ମାଟି ଖୋଳି ନେଇ ଅନ୍ୟ ଯାଗାରେ ପକାଉଛି। ଖବର ପାଇ ଖଣି ବିଭାଗ ଉପ ନିର୍ଦ୍ଦେଶକ ବିଶ୍ବନାଥ ସୋରେନ ଘଟଣା ସ୍ଥଳକୁ ଆସି ଦେଖିବାକୁ ପାଇଥିଲେ ଯେ ଜେସିବି ଓ ଟ୍ରାକ୍ଟର ଯୋଗେ ଉକ୍ତ ସରକାରୀ ତଥା ଗୋଚର ଜମିରୁ ବେଆଇନ ଭାବେ ମାଟି ଖୋଳି ନେଇ ଅନ୍ୟତ୍ର ପକାଯାଉଛି ବୋଲି ନିଜେ ସ୍ବୀକାର କରିଥିଲେ। ଏ ସଂପର୍କରେ ଜୈନେକ ଗଣମାଧ୍ୟମ ପ୍ରତିନିଧି ଖଣି ଉପ ନିର୍ଦ୍ଦେଶକ ଶ୍ରୀ ସୋରେନଙ୍କୁ ପଚାରିବାରୁ, ‘ ମୁଁ ଉକ୍ତ ଜେସିବି ଓ ଟ୍ରାକ୍ଟର ଯୋଗେ ମାଟି ଉଠାଣ’ର ଭିଡିଓ ରଖିଛି ଏବଂ ଏନେଇ ଥାନାରେ ମାମଲା ରୁଜୁ କରିବା ସହ ତଦନ୍ତ କରିବି ବୋଲି କହିଥିଲେ। କିନ୍ତୁ ଫୋନ ଯୋଗେ ଖଣି ଉପ ନିର୍ଦ୍ଦେଶକଙ୍କ ମତାମତ ନେବା ପାଇଁ ଦୁଇ ଦୁଇ ଥର ଉଦ୍ୟମ କରାଯାଇଥିଲେ ହେଁ ଫୋନ ଉଠାଉନଥିଲେ। ତେଣୁ ଏ ବିଷୟରେ କେସିଙ୍ଗା ଥାନା ଆଇଆଇସିଙ୍କ ସହିତ ଫୋନ ଯୋଗେ ପଚାରିବାରୁ ସେ ମନା କରି କହିଥିଲେ ଯେ ଖଣି ଉପ ନିର୍ଦ୍ଦେଶକ କୈାଣସି ମାମଲା ରୁଜୁ କରିନାହାନ୍ତି। ଏଥରୃ ସ୍ପଷ୍ଟ ପ୍ରମାଣିତ କରୁଛି ଯେ ଏହି ଅଞ୍ଚଳରେ ଯେତେକ ବେଆଇନ ଖଣିଜ କାରବାର ହେଉଛି ସେସବୁ ଖଣି ଉପ ନିର୍ଦ୍ଦେଶକଙ୍କ ସଲାସୁତୁରାରେ ଚାଲିଛି । ଏଥିଯୋଗୁ ବାଲି, ମାଟି, ମୋରମ ଓ ପଥର ଖାଦାନ ମାଫିଆମାନେ ବେଧଡକ ଭାବେ ଦିନ ଦ୍ବିପହରରେ କାରବାର କରିବା ସହ କେହି ସାଧାରଣ ଜନତା କିମ୍ବା ଗଣମାଧ୍ୟମ ପ୍ରତିନିଧି ଅଭିଯୋଗ କଲେ ଧମକ ଦିଆଯାଉଛି। ଏଣୁ ମୋହନ ସରକାର ଏହାର ବିଧିବଦ୍ଧ ତଦନ୍ତ କରି କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ଖଣି ଉପ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *