କେସିଙ୍ଗା ସାମ୍ବାଦିକ ମହାସଂଘର ମାସିକ ବୈଠକ

କେସିଙ୍ଗା ତା୪/୫ କଳାହାଣ୍ଡି ଜିଲ୍ଲା ଅଗ୍ରଣୀ ସାମ୍ବାଦିକ ସଂଘ କେସିଙ୍ଗା ସାମ୍ବାଦିକ ମହାସଂଘର ମାସିକ ବୈଠକ ସଭାପତି ଦୟାନିଧି ସୁନାନାନୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଏନଏସି ଗେଷ୍ଟ ହାଉସ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସଭାପତି ଶ୍ରୀ ସୁନାନୀ କେସିଙ୍ଗା ସାମ୍ବାଦିକ ମହାସଂଘ ଗଠନର ମୂଳ ଉଦ୍ଦେଶ୍ୟ ଓ ସଦସ୍ୟଙ୍କ ସଂଘ ପ୍ରତି ଆନୁଗତ୍ୟ ଓ ଆନ୍ତରିକତା ଉପରେ ବୁଝାଇଥିଲେ। ପରେ ସାମ୍ବାଦିକ ମାନଙ୍କ ସୁରକ୍ଷା, କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସମସ୍ୟା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏୟାର କଣ୍ଡିସନର ସୁବିଧା ଥିବା ସତ୍ତ୍ବେ ରୋଗୀ ମାନଙ୍କୁ ଉପଲବ୍ଧ ନ କରେଇବା ଓ କେସିଙ୍ଗା ୩ ନମ୍ବର ବିଦେଶୀ ମଦ ଦୋକାନ ବାହାରେ ମଦୁଆଙ୍କ ଭିଡ଼ ଯୋଗୁଁ ତହସିଲ କାର୍ଯ୍ୟାଳୟ, କେସିଙ୍ଗା ଜେଏମଏଫସି କୋର୍ଟକୁ ଆସୁଥିବା ଲୋକ ଓ କେସିଙ୍ଗା କଲେଜ ଓ ମଶାଣିମୁଣ୍ଡା ଆଦର୍ଶ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କୁ ମଦୁଆ ଙ୍କ ଦୁର୍ବ୍ୟବହାର ଘଟଣା ସହିତ କେସିଙ୍ଗା ଅଞ୍ଚଳ ରେ ବେଆଇନ ଭାବେ ବୃଦ୍ଧି ମଦ କରବାର, ଟ୍ରାଫିକ ସମସ୍ୟା ଉପରେ ଆଲୋଚନା ହୋଇଥିଲା! ଏହି ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରିବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ଠାରେ ଦାବି କରାଯାଇଛି ! ଏବଂ ସାମ୍ବାଦିକ ମହାସଂଘ ତରଫରୁ କେସିଙ୍ଗା ସହରକୁ ଆସୁଥିବା ପଥଚାରୀ ମାନଙ୍କ ଶୋଷ ମେଣ୍ଟାଇବା ପାଇଁ କେସିଙ୍ଗା ବ୍ଲକ ପାଖାପାଖି ମୃଦୁ ପାନୀୟ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଛି! ଏହି ମାସିକ ବୈଠକ ରେ କେସିଙ୍ଗା ସାମ୍ବାଦିକ ମହାସଂଘ ର ସାଧାରଣ ସମ୍ପାଦକ ପ୍ରିତେଶ ପଟେଲ, ଉପ ସଭାପତି ଶିବ ପ୍ରସାଦ ସାହୁ, ମହମ୍ମଦ ଆଗଜାନ, ମନୋଜ ସିଂ, ମଧୁ ସିନ୍ଦୁର, କୋଷଧ୍ୟକ୍ଷ ମଧୁ ସୂଦନ ଠାକୁର, ସାଙ୍ଗଠନିକ ସମ୍ପାଦକ ବିବେକାନନ୍ଦ ଦାସ,ମିଡ଼ିଆ ସଂଯୋଜକ ସଂଗ୍ରାମ କେଶରୀ ଦେଓ, ସହ ସମ୍ପାଦକ ତେଜରାଜ ସାହୁ, ବିନୋଦ ଜୈନ, ପ୍ରସନ୍ନ ନାଏକ,ଅର୍ଜୁନ ପୋଢ଼, ମାଧବ ସାହୁ ପ୍ରମୁଖ ଙ୍କ ସହ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ! ଶେଷରେ ସାଙ୍ଗଠନିକ ସମ୍ପାଦକ ବିବେକାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ!

Leave a Reply

Your email address will not be published. Required fields are marked *