
କେସିଙ୍ଗା-୪/୧୦ ଆଜି କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ କେତେକ ବିରୋଧୀ ସରପଞ୍ଚ ଓ ସମିତି ସଭ୍ୟ/ ସଭ୍ୟା ମାନେ ଜିଲ୍ଲା ପ୍ରଶାସନ ନିକଟରେ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ। ତେବେ ବିଜେଡ଼ିର ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଥିଲାବେଳେ ସେହି ବିଜେଡ଼ି ଦଳର କେତେକ ବିରୋଧୀ ସରପଞ୍ଚ ଓ ସମିତି ସଭ୍ୟ/ ସଭ୍ୟା ଏବେ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଗୋଟି ଚାଳନା ଚଳାଇଛନ୍ତି। ଏହି ଗୋଟି ଚାଳନାରେ ଜଣେ ସ୍ବାଧୀନ ସମିତି ସଭ୍ୟ ମୁଖ୍ୟ ଭୂମିକା ନେବା ସହିତ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। କେସିଙ୍ଗା ବ୍ଲକରେ ୨୬ ଟି ପଞ୍ଚାୟତ ଥିବାବେଳେ ବର୍ତ୍ତମାନ ୨୬ ଜଣ ସରପଞ୍ଚ ଓ ୨୬ ଜଣ ସମିତି ସଭ୍ୟ/ ସଭ୍ୟା ରହିଛନ୍ତି। ସେଥିମଧ୍ୟରୁ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୩୯ ଜଣ ସରପଞ୍ଚ ଓ ସମିତି ସଭ୍ୟ/ ସଭ୍ୟା ଆବଶ୍ୟକ ଥିବାବେଳେ ବର୍ତ୍ତମାନ ସଂଖ୍ୟାର ଖେଳ ଚାଲିଛି । ବିରୋଧୀ ପକ୍ଷ ତାଙ୍କ ସପକ୍ଷରେ ଆବଶ୍ୟକ ସଂଖ୍ୟା ଥିବା କଥା କହୁଥିବା ବେଳେ ଅଧ୍ୟକ୍ଷଙ୍କ ପାଖରେ ଅଧିକ ସଂଖ୍ୟକ ସରପଞ୍ଚ ଓ ସମିତି ସଭ୍ୟ/ ସଭ୍ୟା ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ସଂଖ୍ୟା ଖେଳକୁ ନେଇ ଏବେ ସୁଦ୍ଧା ସଂଶୟ ଥିବା ରାଜନୀତି ବିଶେଷଜ୍ଞଙ୍କ ସୂତ୍ରରୁ ପ୍ରକାଶ।