
କେସିଙ୍ଗା- ୬/୧୦ ଗତକାଲି ଶନିବାର ରାତିରେ ତେଲ ନଦୀରୁ କେହି ଜଣେ ବାଲି ଚୋରି କରି ନେଇଥିବା ବିଶେଷ ସୂତ୍ରରୁ ପ୍ରକାଶ। ବେଦାନ୍ତ କମ୍ପାନୀର ଡିପ୍ ବୋର୍ ଓ୍ବେଲ୍ ପଟ ତେଲନଦୀ ବାଲିପଠାରୁ ରାତ୍ରିର ପ୍ରଥମ ପହରରେ ୩ ଟି ଟ୍ରାକ୍ଟର ଓ ଗୋଟିଏ ଜେସିପି ଯୋଗେ ବାଲି ଚୋରି କରି ନେଉଥିବା ଭିଜୁଆଲ ସୂତ୍ରରୁ ଜଣାପଡୁଛି। ଏନେଇ ସାଧାରଣ ଲୋକେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବାକୁ ମଧ୍ୟ ଭୟ କଲେଣି। କାରଣ ତୁମେ ଗୁହାରି କରିବ ଯାହାକୁ ସେ ଅଧିକାରୀ ଜଣକ ତୁମ ନାମ କହିଦେବ ଅଭିଯୁକ୍ତକୁ। ଏଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି ପୂର୍ବତନ ବିଜେଡ଼ି ସରକାର। ପୂର୍ବରୁ ଲଘୁ ଖଣିଜ ଦ୍ରବ୍ୟର ରକ୍ଷଣାବେକ୍ଷଣ ଓ ଚୋରି ରୋକିବା ପାଇଁ ରାଜସ୍ୱ ବିଭାଗ ହାତରେ ଦାୟିତ୍ବ ଥିଲା। ଯାହାକୁ ସ୍ଥାନୀୟ ତହସିଲଦାର ମାନେ ବୁଝୁଥିଲେ କିନ୍ତୁ ପୂର୍ବତନ ବିଜେଡ଼ି ସରକାର ଲଘୁ ଖଣିଜ ଦ୍ରବ୍ୟର ରକ୍ଷଣାବେକ୍ଷଣ ତଥା ଚୋରି ନିୟନ୍ତ୍ରଣ ପାଇଁ ରାଜସ୍ୱ ବିଭାଗରୁ ଦାୟିତ୍ଵ ହଟାଇ ଖଣିଜ ସଂପଦ ବିଭାଗକୁ ଦାୟିତ୍ଵ ଦେଇଥିଲା। ଯାହାଫଳରେ ଲଘୁ ଖଣିଜ ଦ୍ରବ୍ୟର ଚୋରି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମୋ଼ହନ ସରକାର ବେଆଇନ ଖଣିଜ ସଂପଦ ଲୁଟର ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।