କଳାହାଣ୍ଡି ଜିଲ୍ଲାରେ ସେଟିଙ୍ଗ୍ ଗେଟିଙ୍ଗ୍ ରେ ଚାଲିଛି ଲଘୁ ଖଣିଜ ଦ୍ରବ୍ୟ ଚୋରି

କେସିଙ୍ଗା- ୬/୧୦ କଳାହାଣ୍ଡି ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟର ଏବେ ବ୍ୟାପକ ଭାବେ ଚୋରା କାରବାର ଚାଲିଛି । କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଛନ୍ତି। ଖଣିଜ ସଂପଦ ବିଭାଗ ଜିଲ୍ଲା ସଦର ମହକୁମାରେ ଥିବାବେଳେ ଭବାନୀପାଟଣା-ଖରିଆଳ ରୋଡର ଭବାନୀପାଟଣା ଠାରୁ ପ୍ରାୟ ୪ / ୫ କିମି ଦୂରରେ ଡେଙ୍ଗପଦର ଗ୍ରାମ ନିକଟରେ ଡେଙ୍ଗପଦର ନାମକ ଏକ ପାହାଡ ରହିଛି। ଜନୈକ ଖଣି ମାଫିଆ ନିଜର କ୍ରସର ଚଳାଇବା ପାଇଁ ପ୍ରତ୍ୟେହ ପାହାଡ ଖନନ କରି କଞ୍ଚାମାଲ ନେଉଥିଲେ ହେଁ ଖଣିଜ ବିଭାଗ ଅନ୍ଧ ଧୃତରାଷ୍ଟ୍ର ସାଜିଛି। ସେହିପରି ୨/୩ ତଳେ କେସିଙ୍ଗା ମିନି ଷ୍ଟାଡିୟମ ନିକଟ ଗୋଚର ଜମିରୁ କେହି ଜଣେ ଜେସିବି ଓ ଟ୍ରାକ୍ଟର ଯୋଗେ ମାଟି ଖନନ କରି ନେଉଥିବା ଖଣି ଉପ ନିର୍ଦ୍ଦେଶକ ବିଶ୍ବନାଥ ସୋରେନ ଦେଖିବା ସ୍ବୀକାର କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜିରୋ। ଏହିପରି ଗତକାଲି ଶନିବାର ରାତିରେ କେହି ଜଣେ ୩ ଟି ଟ୍ରାକ୍ଟର ଓ ଗୋଟିଏ ଜେସିପି ଲଗାଇ ବେଆଇନ ଭାବେ ଚୋରି କରୁଥିବା ଜଣାପଡ଼ିଲା ପରେ ଶ୍ରୀ ସୋରେନଙ୍କୁ ଫୋନ କରାଯାଇଥିଲେ ମଧ୍ୟ ଫୋନ ଉଠାଇଥିଲେ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ତାଙ୍କ ସଲାସୁତୁରାରେ ଚାଲିଛି ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରି। ଯଦି ରାଜ୍ୟ ମୋହନ ସରକାର ଦୁର୍ନୀତି ବିରୋଧି, ତେବେ ଏହାର ତଦନ୍ତ କରି ତୁରନ୍ତ କଳାହାଣ୍ଡିର ଖଣି ଉପ ନିର୍ଦ୍ଦେଶକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *