
କେସିଙ୍ଗା- ୧୫/୧୦ ଆଜି ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମୁଖ୍ୟ ସଚିବ ସୁଶୀଲ କୁମାର ଲୋହାନୀ (ଭା. ପ୍ର. ସେ.) ୩ ଦିନିଆ କଳାହାଣ୍ଡି ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ଦେଖିବା ସହ ଉନ୍ନୟନ ମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ଆଜି ସକାଳେ ଘ.୯.୨୦ ମି. ରେ ଉତ୍କେଳା ଏରୋଡମ୍ ପଡ଼ିଆରେ ପହଁଞ୍ଚିବା ପରେ ୧୦ ଟା ରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ କେସିଙ୍ଗା ବ୍ଲକ ଗୁର୍ଜିମୁଣ୍ଡା ଠାରେ ନିର୍ମାଣଧୀନ ଗ୍ରାମୀଣ ଉଦ୍ୟାନ ଦେଖିବା ସହ ଯୋଗମାୟା ପୀଠ ବୁଲି ଦେଖିଥିଲେ। ଏହାପରେ ୧୦.୪୦ ରେ ବୋରିଆ- ଚିଚର୍ଲା ସ୍ଥିତ ଜଗନ୍ନାଥ ସ୍ପିନଟେକ୍ସ ପ୍ରାଇଭେଟ୍ ଲିମିଟେଡ ସ୍ପିନିଂ ମିଲ୍ ଯାଇ ଦେଖିଥିଲେ। ୧୧ ଟା ରେ କେସିଙ୍ଗା ଏନ୍ ଏ ସି ଦ୍ବାରା ନିର୍ମାଣାଧୀନ ମୁଖ୍ୟମନ୍ତ୍ରୀ ସଭାଗୃହ , ସମକ୍ଷ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସୁଭଦ୍ରା କମନ୍ସ ସର୍ଭିସ୍ ସେଣ୍ଟର ଦେଖି ୧୧.୩୫ ରେ କନ୍ତେଶିର ଠାରେ ଗ୍ରାମୀଣ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ୧୨.୧୫ ରେ ତୁଣ୍ଡଲା ପଞ୍ଚାୟତରେ ଗ୍ରାମୀଣ ଗୃହ ନିର୍ମାଣ କରୁଥିବା ହିତାଧିକାରୀଙ୍କ ସହ ଆଲୋଚନା, ୧.୦୫ ରେ ନୁନମାଠ ସ୍ଥିତ ହର୍ଟିକଲଚର ବିଭାଗ ପକ୍ଷରୁ କଦଳୀ ଓ ଟମାଟୋର ଉଦ୍ୟାନ ଆଦି ପରିଦର୍ଶନ କରିଥିଲେ। ଏହାପରେ ପୂର୍ବାହ୍ନ ୧.୪୦ ରେ ଭବାନୀପାଟଣା ଠାରେ ବାଇପାସ୍ ରୋଡ଼ କାମ ଦେଖିବା ପରେ ମେଡିକାଲ କଲେଜର ଅଫିସ କର୍ମଚାରୀ ଓ ରୋଗୀମାନଙ୍କ ସହିତ ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ। କିଛି ସମୟ ବିଶ୍ରାମ ପରେ ୨.୫୦ ରେ ତଳ ଜାରିଙ୍ଗ ସ୍ଥିତ ଶିଳ୍ପାଞ୍ଚଳ ଠାରେ ଇଥାନୋଲ୍ ଓ ବାଇଓ ଫୁଏଲ୍ ପ୍ଲାଣ୍ଟ ଦେଖିଥିଲେ। ୩.୩୦ ରେ ନାନ୍ଦୁଲ ପଞ୍ଚାୟତର ଡଙ୍ଗାପଲା ଗ୍ରାମରେ ଥିବା ପାମ୍ ଅଏଲ୍ ପ୍ରକଳ୍ପ, ୪ ଟା ରେ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଭବାନୀପାଟଣା ଫେରିଥିଲେ। ସନ୍ଧ୍ୟା ୫ ଟା ରେ ଜିଲ୍ଲା ପରିଷଦ ସଭା ଗୃହ୍ୱରେ ଏକ ସମୀକ୍ଷା ବୈଠକରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ। ଏହିସବୁ କାର୍ଯ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାନିଧି ପାଢ଼ୀ, ସିଡିଏମଓ ସୁଚେତା ପାଣି, ଡିଆଇସି ଜିଏମ, ଏସ୍ ଇ ଆରଡବ୍ଲୁଏସଏସ, ଡିଏସଡବ୍ଲୁଓ, କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାକାଲି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମୁଖ୍ୟ ସଚିବ ଲାଞ୍ଜିଗଡ଼ ବ୍ଲକ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।