ଜେଲ୍ ଯିବୁ ପଛେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ର ରାଉତଙ୍କୁ ଯୋଗ କରେଇ ଦେବୁ ନାହିଁ

କେସିଙ୍ଗା ତା ୧୭.୧୦ (ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଜବାହାର ଉଚ୍ଚ ବିଦ୍ୟାପୀଠ ବାଲସି (କ) ର ପୂର୍ବତନ ପ୍ରଧାନ ଶିକ୍ଷକ ବଂଶୀଧର ରାଉତଙ୍କୁ ସ୍କୁଲ ପରିଚାଳନା କମିଟୀ ଜିଦ୍ ଧରି କହିଛି ଯେ, ଜେଲ ପଛେ ଯିବୁ କିନ୍ତୁ ଶ୍ରୀ ରାଉତଙ୍କୁ ଯୋଗଦାନ କରେଇ ଦେବୁ ନାହିଁ ବୋଲି କମିଟୀର ସଭାପତି ଗୋପାଳ ସାହୁ ପ୍ରକାଶ କରି ଗଣଧାରଣା ବସି ରହିଛନ୍ତି। ଉକ୍ତ ବିଦ୍ୟାପୀଠର ପୂର୍ବତନ ପ୍ରଧାନ ଶିକ୍ଷକ ବଂଶୀଧର ରାଉତଙ୍କୁ ଏହି ବ୍ଲକର କନ୍ତେଶିର ଗ୍ରାମ ସ୍ଥିତ କପିଳେଶ୍ୱର ହାଇସ୍କୁଲ ରୁ ଜବାହର ଉଚ୍ଚ ବିଦ୍ୟାପୀଠ କୁ ଫେରାଇ ଆଣିବା ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା ୬୩୮୯/ ୭.୧୦.୨୪ ଆଦେଶ ଦେଇଛନ୍ତି। ଗତ ସୋମବାର ପ୍ରଧାନ ଶିକ୍ଷକ ଉକ୍ତ ପଦ୍ୟାପୀଠ କୁ ଯୋଗଦାନ କରିବାକୁ ଆସିଥିଲେ। ସ୍କୁଲ ପରିଚାଳନା କମିଟୀ ସଭାପତି ଙ୍କ ନେତୃତ୍ୱରେ ସ୍କୁଲ ଗେଟରେ ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳଯାଏ ଗଣଧାରଣାରେ ବସି ଥିବାରୁ ଶ୍ରୀ ରାଉତ ନିରାଶ ହୋଇ ଫେରିଯାଇଥିଲେ। ଗତ ୧୦ ତାରିଖ ରୁ ସ୍କୁଲର ମୁଖ୍ୟ ଗେଟରେ ତାଲା ପକାଇ ବନ୍ଦ କରାଯାଇଛି। ଅନ୍ୟ ପକ୍ଷରେ ଗତ ୧୪ ତାରିଖରୁ ସ୍କୁଲ ପରିଚାଳନା କମିଟୀ ଗଣଧାରଣାରେ ବସିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ସ୍କୁଲ ଦଶହରା ଛୁଟି ଥିଲା। ଆସନ୍ତା କାଲି ଶୁକ୍ରବାର ସ୍କୁଲ ଖୋଲିବ। କିନ୍ତୁ ପରିଚାଳନା କମିଟୀର ସଭାପତି ଶ୍ରୀ ସାହୁ କହିଛନ୍ତି ଯେ ଜେଲ ପଛେ ଯିବୁ ପୂର୍ବତନ ପ୍ରଧାନ ଶିକ୍ଷକ ଙ୍କୁ ସ୍କୁଲରେ ଯୋଗଦାନ କରେଇ ଦେବୁ ନାହିଁ ବୋଲି ଜିଦ୍ ରେ ୪ ଦିନ ହେଲା ଗଣଧାରଣାରେ ବସିଛନ୍ତି। ଉଲ୍ଲେଖଯୋଗ୍ୟ ଗତ
ତିନି ବର୍ଷ ତଳେ ଜିଲ୍ଲା ଶିକ୍ଷା ଅଧିକାରୀ, କଳାହାଣ୍ଡି ଶ୍ରୀ ରାଉତ ଙ୍କୁ କନ୍ତେଶିର ହାଇସ୍କୁଲକୁ ଡେପୁଟେସନରେ ପଠାଇଥିଲେ। ଅପରପକ୍ଷରେ ବର୍ତ୍ତମାନର ଜିଲ୍ଲାପାଳ, ଶ୍ରୀ ରାଉତଙ୍କୁ ପୁଣିଥରେ ଉକ୍ତ ବିଦ୍ୟାଳୟକୁ ଆସିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ଆଦେଶକୁ ଉକ୍ତ ସ୍କୁଲ ପରିଚାଳନା କମିଟୀ ଅବମାନନା କରି ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ଫେରାଇ ଦେଇ ସ୍କୁଲ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ପକାଇ ଗଣଧାରଣା ଦେଇଛନ୍ତି। ଏ ସଂକ୍ରାନ୍ତରେ ସ୍କୁଲ ପରିଚାଳନା କମିଟୀ ସଭାପତି ଶ୍ରୀ ସାହୁଙ୍କୁ ପଚାରିବାରୁ ଜେଲ ପଛେ ଯିବୁ ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ସ୍କୁଲରେ ଯୋଗଦାନ କରେଇ ଦେବୁ ନାହିଁ, ସେ ଯୋଗଦାନ କଲେ ବହୁ ପିଲା ଟିସି ନେଇ ପଳେଇବେ ବୋଲି ପ୍ରକାଶ କରିଥିଲେ।।ଏ ନେଇ ପୂର୍ବତନ ପ୍ରଧାନ ଶିକ୍ଷକ ବଂଶୀଧର ରାଉତ ଙ୍କୁ ପଚାରିବାରୁ ମୁଁ ଜିଲାପାଳ ନିର୍ଦ୍ଦେଶ କ୍ରମେ ଆସନ୍ତା କାଲି ଏକ ଶୋଭାଯାତ୍ରାରେ ଆସି ଯୋଗଦାନ କରିବି । ମୁଁ କୌଣସି ଦୁର୍ନୀତି କରିନାହିଁ ବୋଲି ପ୍ରକାଶ କରିଥିଲେ। ମୋତେ କନ୍ତେଶିର ହାଇସ୍କୁଲକୁ ଡେପୁଟେସନ୍ ରେ ପଠାଇଥିଲେ। ଜିଲାପାଳ ତାକୁ ବାତିଲ କରି ପୁଣି ମୋତେ ଉକ୍ତ ସ୍କୁଲରେ ଯୋଗଦାନ କରିବା ପାଇଁ ଆଦେଶ ଦେଇଛନ୍ତି। ଶିକ୍ଷା କମିଟି ସଭାପତି ଅଣଦେଖା କରି ତାଲା ପକାଇ ସ୍କୁଲକୁ ବନ୍ଦ ରଖିଛନ୍ତି। ଏନେଇ ଇନ୍ ଚାର୍ଜ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଆସନ୍ତାକାଲି ସ୍କୁଲ ଖୋଲିବ। ସ୍କୁଲ ପରିଚାଳନା କମିଟୀ ତାଲା ବନ୍ଦ କରିବା ଜାରି ରହିବ ବୋଲି ପ୍ରକାଶ କରିଥିଲେ। ମୋତେ କମିଟୀ ତାଲା ଖୋଲିବା ପାଇଁ ମନା କରି ଲିଖିତ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *