
କେସିଙ୍ଗା ତା ୧୮.୧୦ (ତୁମେଶ୍ୱର ସାହୁଙ୍କ ରିପୋର୍ଟ ) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ଗ୍ରାମ ପଞ୍ଚାୟତର ସରପଞ୍ଚ ଭାରତୀ ସୁନାଙ୍କ ନାମରେ ୧୦ଜଣ ୱାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ପାଇଁ କଳାହାଣ୍ଡି ଜିଲା ଉପ ଜିଲାପାଳ ନିକଟରେ ଆଜି ଶୁକ୍ରବାର ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ଏହି ୧୦ ଜଣ ୱାର୍ଡ ମେମ୍ବର ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ସାଗର ଚରଣ ଦାସଙ୍କ ବାସ ଭବନକୁ ପ୍ରଥମେ ଯାଇ କଂଗ୍ରେସରେ ମିଶିଥିଲେ। ଆଜି ଏହି ୧୦ ଜଣ ୱାର୍ଡ ସଭ୍ୟ/ସଭ୍ୟା ଉପ ଜିଲାପାଳ ଙ୍କ ନିକଟକୁ ଯାଇ ସରପଞ୍ଚଙ୍କ ବିରୋଧ ଅନାସ୍ଥ ପ୍ରସ୍ତାବ ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ବାଲସି ଗ୍ରାମ ପଞ୍ଚାୟତର ସରପଞ୍ଚ, ପିଇଓ ଏବଂ ଜିଆରଏସ ଙ୍କ ମିଳିତ ଭାବେ ମନରେଗା ଯୋଜନାରେ ସାଢ଼େ ତିନି ଲକ୍ଷ ଟଙ୍କା ମିଥ୍ୟା ଵିଲ୍ ଭାଉଚର କରି ଆତ୍ମାସାତ କରିଥିଲେ। ତେବେ ବିଡିଓଙ୍କ ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତ କରାଯାଇ ପିଇଓ ଏବଂ ଜିଆରଏସ ଟଙ୍କା ସରକାରଙ୍କୁ ଫେରସ୍ତ କରିଥିଲେ। କିନ୍ତୁ ସରପଞ୍ଚ ଟଙ୍କା ଫେରସ୍ତ କରି ନାହାନ୍ତି। ବାଲସି ଗ୍ରାମ ପଞ୍ଚାୟତର ସରପଞ୍ଚ ଆଜକୁ ଅଢେଇ ବର୍ଷ ବିତିଗଲାଣି ଉନ୍ନୟନ ମୂଳକ କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଛି। ଅନେକେ ଯୋଜନାରେ ମିଥ୍ୟା ବିଲ୍ କରି ଅର୍ଥ ଆତ୍ମାସାତ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସରପଞ୍ଚ ଦୃଷ୍ଟି ଆକର୍ଷଣ ମଧ୍ୟ କରୁନାହାନ୍ତି। ଏହିସବୁ ଦୁର୍ନୀତିକୁ ନେଇ ୧୦ଜଣ ୱାର୍ଡ ସଭ୍ୟ/ ସଭ୍ୟା ଉପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପ୍ରକୃତପକ୍ଷେ ବାଲିସ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ୱାର୍ଡ ମେମ୍ବରମାନେ ପ୍ରକାଶ କରିଥିଲେ।
