ହାଇକୋର୍ଟର ଆଦେଶ ଅନୁଯାୟୀ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟିଂ ହେବ, କିନ୍ତୁ ଫଳାଫଳ ଘୋଷିତ ହେବ ନାହିଁ

କେସିଙ୍ଗା-୯/୧୧ ଆସନ୍ତା ୧୧ ତାରିଖରେ ଉତ୍କେଲା ସରପଞ୍ଚଙ୍କ ବିରୁଦ୍ଧରେ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବ ବିରୋଧରେ ଗୁପ୍ତ ମତଦାନ ହୋଇପାରିବ। କିନ୍ତୁ ଫଳାଫଳ ଘୋଷିତ ହୋଇପାରିବନି ମାନ୍ୟବର ଉଛତମ ନ୍ୟାୟାଳୟ ଆଦେଶ ଦେଇଥିବା ଜଣାପଡିଛି। ସେହିପରି କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ୧୮ ତାରିଖରେ ମତଦାନ ନିଆଯାଇ ପାରିବ। କିନ୍ତୁ ଫଳାଫଳ ଘୋଷିତ ନକରିବାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଆଦେଶ ଜାରି କରିଛନ୍ତି। ଏହିଭଳି ପୃଥକ ପୃଥକ ଭାବେ ମାନ୍ୟବର ହାଇକୋର୍ଟ ଆଦେଶନାମା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ଜାରି କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *