ଧର୍ମଗଡ- ୯/୧୧ ଗତ ବୁଧବାର ଠାରୁ ଧର୍ମଗଡ଼ ରେ ଆରମ୍ଭ ହୋଇ କୃଷ୍ଥିଇ ଯନ୍ତ୍ରପାତି ପ୍ରଦର୍ଶନୀ ମେଳା ଗତକାଲି ଉଦଯାପିତ ହୋଇଯାଇଛି। ସୂଚନାନୁସାରେ ପ୍ରଥମ ଦିନରେ ୨୭୦ ଜଣ ଚାଷୀ ପଞ୍ଜୀକୃତ ହୋଇଥିଲା ବେଳେ ସେଥିମଧ୍ୟରୁ ୬୫ ଜଣ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ପଞ୍ଜିକରଣ କରିଥିଲେ। ଦ୍ଵିତୀୟ ଦିନରେ ୨୩୫ ଜଣ ଚାଷୀ ଓ ୫୫ ଜଣ କର୍ମଚାରୀ, ତୃତୀୟ ଦିନରେ ୨୮୭ ଜଣ କାଶୀ ଓ ଓ ୩୦ ଜଣ ଅଧିକାରୀ ପଞ୍ଜିକରଣ କରିଥିବା ଜନୈକ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ପ୍ରଥମ ଦିନରେ ୧ କୋଟି ୮ ଲକ୍ଷ, ଦ୍ଵିତୀୟ ଦିନରେ ୧ କୋଟି ୯୪ ଲକ୍ଷ ଓ ତୃତୀୟ ଦିନରେ ୨ କୋଟି ୪ ଲକ୍ଷ ଟଙ୍କାର ଯନ୍ତ୍ରପାତି ବିକ୍ରି ହୋଇଥିବା ଜଣାଯାଇଛି।