
କେସିଙ୍ଗା- ୧୦/୧୧ ଆସନ୍ତା ନଭେମ୍ବର ୧୬ ତାରିଖରେ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଆଜି ୧୦ ଟା ସମୟରେ କେସିଙ୍ଗା ସାମ୍ବାଦିକ ମହାସଂଘ ତରଫରୁ ସ୍କୁଲସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ କେସିଙ୍ଗାର ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ସ୍କୁଲର ୬୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଜୁନିୟର ବିଭାଗରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲା ବେଳେ ସବ୍ ଜୁନିଅର ବିଭାଗରେ ୬ଷ୍ଠ ରୁ ୭ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ରଚନା ଓ ସିନିଅର ବିଭାଗ ରେ ଅଷ୍ଟମ ରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ତେବେ ଏହି ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ପ୍ରେସ ଦିବସରେ ପୁରସ୍କୃତ କରାଯିବ।