ରବିଚାଷ ପାଇଁ ଜଳସେଚନ ନେଇ ଚାଷୀଙ୍କ ଦାବିପତ୍ର

ଭବାନୀପାଟଣା-୧୫/୧୧ ଇନ୍ଦ୍ରାବତୀ ଜଳ ପ୍ରକଳ୍ପରେ ଜଳସ୍ତର କମ୍ ଥିବାରୁ ଚଳିତ ରବିଚାଷ ପାଇଁ ଜଳସେଚନ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରତିବାଦରେ ଧର୍ମଗଡ ବ୍ଲକର ଉଚ୍ଛ୍ୱଳା, ହଳଦୀ କାଶିବାହାଲ, ମକେନପଦର, ତାଲପଦର ଆଦି ଗ୍ରାମର ଭାଗଚାଷୀ ମାନେ ସ୍ଥାନୀୟ ଚାରିଛକରୁ ଏକ ଶୋଭାଯାତ୍ରାରେ ବାହାରି ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଉପ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଉପ ଜିଲ୍ଲାପାଳ ଉପସ୍ଥିତ ନଥିବାରୁ ଏହି ଦାବିପତ୍ର ଅତିରିକ୍ତ ଉପ ଜିଲ୍ଲାପାଳ ଗ୍ରହଣ କରିଥିଲେ।

ଇଁ

Leave a Reply

Your email address will not be published. Required fields are marked *