
କଲମପୁର , ୨/୧୨(ଗଣେଶରାମ ବାଗ) ଔପଚାରିକ ଭାବେ ପ୍ରଶାସନଙ୍କ ଉପସ୍ଥିତିରେ ଆଜି ସୋମବାର କଲମପୁର ଓ ବଡକୁଟ୍ରୁ ଠାରେ ଧାନ ମଣ୍ଡି ଖୋଲାଯାଇଛି। କଲମପୁର ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଶଙ୍କର୍ଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗୀ ଯୋଗ ଦେଇ ସରକାରଙ୍କ ନୀତି ଓ ଜିଲ୍ଲା ପ୍ରଶାସନଙ୍କ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ ତାରିଖରୁ ଔପଚାରିକ ଭାବେ ଶୁଭାରମ୍ଭ କରିଛନ୍ତି । ପ୍ୟାକ୍ସ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ଷେତ୍ରମୋହନ ବାଗ, କଲମପୁର ରାଜସ୍ବ ନିରିକ୍ଷୀକା ଅର୍ଚ୍ଚନା ସାହୁ , ଗ୍ରାମ୍ୟ କୃଷି କର୍ମଚାରୀ ପ୍ରକାସିନୀ ପାତ୍ର, ବିମ୍ବାଧର ପୂଜାରୀ, ଏମଆଇ ଲିଶା ସାହୁ, ଆରଏମସି କର୍ତ୍ତୃପକ୍ଷ ମଧୁସୂଦନ ପାତ୍ର, ମାନସ ନାଗ, ସନ୍ତୋଷ ନାଏକ, ଅଭିନ୍ନ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନୀ, ପୂର୍ବତନ ସରପଞ୍ଚ ଚତୁର୍ଭୁଜ ପଣ୍ଡା, ପେକ୍ସ ନିର୍ଦ୍ଦେଶକ ଘନଶ୍ୟାମ ନାଏକ, ପବନ ମାଝୀ, ସୁମନ୍ତ ମିଶ୍ର, ଭୁଜବଳ କରୁଆଁ, ବିଜେପି କୃଷକ ମୋର୍ଚ୍ଚା ମଣ୍ଡି ପ୍ରତିନିଧି ହରେକୃଷ୍ଣ ସାହୁ, ଚାଷୀ ପ୍ରତିନିଧି ଓମପ୍ରକାଶ ଶର୍ମା, ଚିତ୍ତରଞ୍ଜନ ମିଶ୍ର, ଅଜିତ ନିମୁଳିଆ, ସତ୍ୟ ଶର୍ମା, ମନୋଜ ଶର୍ମା, ସମେତ ବହୁ ଚାଷୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇ ଶୁଭାରମ୍ଭ ହୋଇଛି। ସେହିପରି ବଡକୁଟ୍ରୁ ମଣ୍ଡି ମଧ୍ୟ ଆଜି ସୋମବାର ଶୁଭାରମ୍ଭ କରାଯାଇଛି । ବଡକୁଟ୍ରୁ ପ୍ରାଥମିକ କୃଷି ସମବାୟ ସମିତି ସଭାନେତ୍ରୀ ମଞ୍ଜୁଳା ସାହୁଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ଉପ ସଭାପତି ଅନିରୁଦ୍ଧ ନାଗ , ବଡକୁଟ୍ରୁ ପଞ୍ଚାୟତ ସରପଞ୍ଚ ଗଣେଶ ପଣ୍ଡା, ମୁଖ୍ୟ କାର୍ଯ୍ୟନିର୍ବାହୀ ଷଷ୍ଠୀ ପ୍ରସାଦ ସୁନାନୀ, ନୋଡାଲ ଅଧିକାରୀ ଟିକଚନ ମାଝୀ , ଆରଏମସି କର୍ତ୍ତୁପକ୍ଷ ଓମପ୍ରକାଶ ସୁନାନୀ, ପେକ୍ସ ନିର୍ଦ୍ଦେଶକ ଭାସ୍କର ପାଣିଗ୍ରାହୀ , ଜୟନ୍ତ ନାଏକ , ସଦାନନ୍ଦ ଚନ୍ଦନ , ଚାଷୀ ପ୍ରତିନିଧି ଘନଶ୍ୟାମ ନାଏକ , ପୁଣ୍ଡରିକାକ୍ଷ୍ୟ ନାଏକ ତଥା ଅନେକ ଚାଷୀଙ୍କ ଉପସ୍ଥିତିରେ ମଣ୍ଡି ଶୁଭାରମ୍ଭ କରାଯାଇଛି । ଚାଷୀଙ୍କ ଟୋକନ ଅନୁଯାୟୀ ସରକାରଙ୍କ ଧାର୍ଯ୍ୟ ଉପରେ ଧାନର ଆର୍ଦ୍ରତା ନିର୍ଦ୍ଦିଷ୍ଟ ଶତକଡା ଥିବା ଏବଂ ଏଫକ୍ୟୁ ମାନର ଧାନ ମଣ୍ଡିକୁ ଆଣିବା ପାଇଁ ଚାଷୀ ମାନଙ୍କୁ ସୁଚନା ଦିଆଯାଇଛି । ଏଥିସହ ପେକ୍ସ ତରଫରୁ ସମସ୍ତ ବ୍ୟବସ୍ଥାକୁ ପାଳନ ପାଇଁ ସଜାଗ ରହିଛନ୍ତି। ଯେଉଁ ଚାଷୀ ମାନଙ୍କ ଧାନ ବିକ୍ରି ପାଇଁ ଟୋକନ ଆସିଛି ସେମାନେ ଧାନକୁ ଏଫକ୍ୟୁ କରି ମଣ୍ଡିକୁ ଆଣିଲେ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ ତଥା ଧାନ ସଂଗ୍ରହର ପ୍ରକ୍ରିୟା ଚାଲୁ ହେଲେ କିଣାବିକା ହେବ ବୋଲି ବିଡିଓ ଶ୍ରୀ ମାଣ୍ଡାଙ୍ଗୀ କହିଛନ୍ତି । ମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ପ୍ୟାକ୍ସ କର୍ମଚାରୀମାନେ ସହଯୋଗ କରିଥିଲେ।