ଦୁଇଦିନ ହେଲା ଲଇତରା ଗ୍ରାମରେ ପାନୀୟ ଜଳ ଯୋଗାଣ ବନ୍ଦ

କେସିଙ୍ଗା – ୩/୧୨ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ଗ୍ରାମ ପଞ୍ଚାୟତର ଖୋଦ ଲଇତରା ଗାଁ ରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଫଳରେ ଗାଁ ଲୋକେ ଟୋପାଏ ପାଣି ପାଇଁ ହନ୍ତସନ୍ତ ହୋଇ ମହିଳା ମାନେ ଏ ନଳକୂପ ରୁ ସେ ନଳକୂପ ହେଉଛନ୍ତି। ଏପରିକି ନଳକୂପ ପାଖରେ ଗରା ଓ ମାଠିଆରେ ଲମ୍ବା ଲାଇନ ଲାଗିଛି। ଅନ୍ୟପକ୍ଷରେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ କେନ୍ଦ୍ର ସରକାରଙ୍କ ‘ହର ଘର ଜଳ’ ଯୋଜନା ଏଠାରେ ଫେଲ୍ ମାରିବା ସହିତ ଏହାର ମନୁଷ୍ୟକୃତ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ବିଷୟରେ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ, ଦୁଇଦିନ ହେଲା ଲଇତରାରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବା ବିଷୟରେ ମୋତେ କେହି କିଛି ଜଣାଇ ନାହାନ୍ତି । ମୋ ଫୋନ୍ ନମ୍ୱର୍ ସମସ୍ତଙ୍କ ପାଖରେ ଅଛି, କ’ଣ ଅସୁବିଧା ହୋଇଛି, ମୋତେ ଜଣାଇଲେ ସିନା ମୁଁ ତାହାର ସମାଧାନ କରିବି ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *