ଭବାନୀପାଟଣା- ୩/୧୨ କଳାହାଣ୍ଡି ଜିଲ୍ଲା ସଦର ମହକୁମାରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ-୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଞ୍ଚଳ ରୁ ପ୍ରାୟ ୫୦୦ ଦିବ୍ୟାଙ୍ଗ ଏବଂ ସେମାନଙ୍କର ସହଯୋଗୀ ଯୋଗ ଦେଇଥିଲେ। ପ୍ରାରମ୍ଭିକରେ ଦିବ୍ୟାଙ୍ଗ ମାନଙ୍କର ଏକ ଶୋଭାଯାତ୍ରା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରି ଟାଉନହଲ୍ ଠାରେ ପହଞ୍ଚିଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବିରେନ୍ଦ୍ର କୁମାର କହଁର ଙ୍କ ପୌରହିତ୍ୟ ରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦେଇଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ ଶ୍ରୀ ଦୟାମୟ ପାଢ଼ୀ ମୁଖ୍ୟବକ୍ତା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ସୁଚେତା ପାଣି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ, ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ, ମୂଜିବୁନ୍ ନିଶା, ତହସିଲଦାର ଶ୍ରୀମତୀ ସୁଚସ୍ମିତା ମିଶ୍ର, ଜିଲ୍ଲା ଭିନ୍ନକ୍ଷମ ସମିତି ଅଧ୍ୟକ୍ଷ ଶ୍ରୀ ହେମନ୍ତ ତାଣ୍ଡି, ବିକଳାଙ୍ଗ ମଞ୍ଚର ଶ୍ରୀ ସୁରେଶ ଚୌଧୁରୀ, ସାଇଟ୍ ସେଭର୍ ର ମୋନାଲିସା ପତି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଦିବ୍ୟାଙ୍ଗ ମାନଙ୍କ ପାଇଁ ଅକ୍ଷମତାର ଚିହ୍ନ ନୁହେଁ ବରଂ ସକ୍ଷମ ଦିଗକୁ ପ୍ରାଥମିକ ଏବଂ ମୁଖ୍ୟ ସିଡି ଏବଂ ସମସ୍ତ ଦିବ୍ୟାଙ୍ଗ ନିଜ ନିଜର କ୍ଷମତା କୁ ନେଇ ଗର୍ବ ଅନୁଭବ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ର ପୂର୍ବ ଦିନ ଅନୁଷ୍ଠିତ ହୋଇଯାଇଥିବା ଖେଳକୁଦ ର କୃତୀ ଖେଳାଳି ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଦିବ୍ୟାଙ୍ଗ ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିବା ନୃତ୍ୟ ଦର୍ଶକ ମାନଙ୍କ ମନକୁ ମୋହିତ କରିଥିଲା। କୁନି କୁନି ନୃତ୍ୟାଙ୍ଗନା ମାନେ ସେମାନଙ୍କ ନୃତ୍ୟ ଦ୍ବାରା ଦିବ୍ୟାଙ୍ଗ ମାନଙ୍କର ମନୋରଞ୍ଜନ କରିଥିଲେ। ସମସ୍ତ ଦିବ୍ୟାଙ୍ଗ ମାନଙ୍କ ପାଇଁ ଜଳଖିଆ ଓ ଭୋଜନ ର ବ୍ୟବସ୍ଥା କରାଯାଇଥିଲା।