କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ପେକ୍ସ ଅଧୀନ ୫ ପିପିସିରେ ଖୋଲିଲା ମଣ୍ଡି

କଲମପୁର , ୪/୧୨(ଗଣେଶରାମ ବାଗ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ପେକ୍ସ ଅଧୀନ ୫ଗୋଟି ପିପିସିରେ ଆଜି ବୁଧବାର ଦିନ ମଣ୍ଡି ଉଦଘାଟିତ ହୋଇଯାଇଛି। ମଣ୍ଡଳ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ମହେନ୍ଦ୍ର ଯୋଷୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ନୋଡାଲ ଅଧିକାରୀ ତଥା ନୂଆଗାଁ ଗ୍ରାମ ପଞ୍ଚାୟତ ପିଇଓ ରାମଚନ୍ଦ୍ର ନାଏକ , ବିଜେପି ଜୋନ ନଂ୧ ମଣ୍ଡଳ ସଭାପତି ଅରୁଣ ପଣ୍ଡା , ପେକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ନବୀନ ନାଗ, ଏସଏଲପିସି କମିଟିର ନରେନ୍ଦ୍ର ସାହୁ , ତ୍ରିନାଥ କାଣ୍ଡ , ପ୍ରାଥମିକ କୃଷି ସମବାୟ ସମିତି ନିର୍ଦ୍ଦେଶକ ଲୋଚନ ନାଗ , ଚକ୍ରଧର ନାଏକ , ମାଙ୍ଗେଲାଲ ବାଗ , ବଦ୍ରି ରଣା , ରଘୁନାଥ ମାଝୀ , ସଞ୍ଜୀବ ନାଏକ, ମାର୍କଣ୍ଡ ପୁଝାରୀ ତଥା ଅନେକ ଚାଷୀ ଉପସ୍ଥିତ ଥିଲେ । ମଣ୍ଡଳ ପ୍ରାଥମିକ କୃଷି ସମବାୟ ସମିତିର ୫ଟି ପିପିସିରେ ଧାନ ବିକ୍ରି ପାଇଁ ୧୯୭୩ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ପେକ୍ସ ଏବଂ ଆରଏମସି କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *