ଭବାନୀପାଟଣା ତା ୫/୧୨ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଛୁଲା, ଆଇଁଲି ମଖଲା ଗ୍ରାମକୁ ୨୦୨୩ ମସିହାର ଖରିଫ ଧାନ ମରୁଡି ଫସଲ ବୀମା ନ ମିଳିବାରୁ ଆବେଦନ ପତ୍ର ବିଗତ ଦିନରେ ଉପରୋକ୍ତ ପଞ୍ଚାୟତର ଚାଷୀମାନେ ଫସଲ ବୀମା ଯୋଜନା କରିଥିଲେ। କିନ୍ତୁ ଧାନଚାଷ ସବୁ ମରୁଡିଗ୍ରସ୍ତ ହୋଇଯାଇଥିଲା ଏବଂ କ୍ରପ କଟିଙ୍ଗ୍ ମଧ୍ୟ ସରିଥିଲା ! ତେବେ ବହୁତ ଦିନ ବିତି ଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଚାଷୀ ମାନଙ୍କୁ ବୀମା ଟଙ୍କା ମିଳିପାରିଲା ନାହିଁ ! ଅନ୍ୟପକ୍ଷରେ ମରୁଡି ଘୋଷିତ ହେବା ପରେ ଯାତ୍ରା ଧାନ ଥିଲା ତାହାର ବିକ୍ରି ହୋଇପାରିନ ଥିଲା ! ଏହାର ତଦାରଖ ପାଇ ଜିଲ୍ଲାପାଳ, ବିଡିଓ, ତହସିଲଦାର, ମଧ୍ୟ ସେ ଜାଗାକୁ ତଦାରଖ ପାଇଁ ଯାଇଥିଲେ ଓ ପ୍ରତିଶୃତି ମଧ୍ୟ ଦେଇଥିଲେ ବିମା ଟଙ୍କା ସମସ୍ତଙ୍କୁ ମିଳିବ। ବୀମା କମ୍ପାନୀ ସହିତ କଥାବାର୍ତା ହୋଇ ସମସ୍ତଙ୍କୁ ଟଙ୍କା ଦିଆଯିବ ! ମାତ୍ର ଆଜି ପର୍ଯ୍ୟନ୍ତ ଟଙ୍କା ମିଳିନାହିଁ ! ବୀମା ଟଙ୍କା ମିଳିବାରେ ବହୁତ ସମୟ ବିତିଯାଇ ଥିବାରୁ ଆଜି ଚାଷୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଲିଖିତ ଆବେଦନ ପତ୍ର ଦେଇଛନ୍ତି ! ଆଗାମୀ ଦିନରେ ଚାଷୀମାନଙ୍କୁ ବୀମା ରାଶି ନ ମିଳିଲେ ସମସ୍ତ ଚାଷୀମାନେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେବେ ବୋଲି କହିଥିଲେ।