ନର୍ଲା- ( ପ୍ରଦୀପ ଗଉଡ) ସୃଚନାରୁ ପ୍ରକାଶ ଯେ ଘୋଡ଼ା ବନ୍ଧ ଗ୍ରାମର ଜନ୍ମେଜୟ ସାହୁଙ୍କ ଉପରେ ବିଦ୍ୟୁତ ବିଭାଗ ଗତ ୨୩ ତାରିଖରେ ବିନା କାରଣରେ ୧୭ ହଜାର ୨୧୩ ଟଙ୍କା ଜରିମାନା କରିଛି। ଶ୍ରୀ ସାହୁ ନିଜ ଘର ବ୍ୟବସାୟିକ ସଂସ୍ଥା ପାଇଁ ୨ ଟି ଲାଇନ ନେଇଛନ୍ତି। ବ୍ୟବସାୟୀକ ସଂସ୍ଥାର ଲାଇନ ତ୍ରୁଟିଥିବା ନେଇ ଖୋଦ ବିଭାଗୀୟ ଅଧିକାରୀ ଜାଣିବାକୁ ପାଇଥିଲେ। ଏନେଇ ଶ୍ରୀ ସାହୁ ତା’ର ସୁଧାର ପାଇଁ ବାରମ୍ବାର ବିଭାଗକୁ ଜଣାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଇନଥଲା। କିନ୍ତୁ ବିଭାଗ ତା’ର ତ୍ରୁଟି ନସୁଧାରି ଓଲଟି ଶ୍ରୀ ସାହୁଙ୍କ ଉପରେ ଜରିମାନା କରିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।