କଳାହାଣ୍ଡି ଜିଲ୍ଲାସ୍ତରୀୟ ମତ୍ସ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ

ଭବାନୀପାଟଣା ତା:୧୧/୧୨ ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ମୁଖ୍ୟବକ୍ତା ଭାବେ ଅଶୋକ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ପୂର୍ବତନ ଆତ୍ମା ଅଧକ୍ଷ, ଡ଼. ମଧୁସୁଧନ ଦାସ, କଳାହାଣ୍ଡି ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀ ସୁଶ୍ରୀ ଦ୍ରୌପଦୀ ମାଝୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ମହେଶ୍ୱର ଦାସ, ଡି.ଡି.ଏମ, ନାବାର୍ଡ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ମେଳା ୧୦ ଏବଂ ୧୧ ଡିସେମ୍ବର ଅନୁଷ୍ଠିତ ହୋଇଥିଲା ବେଳେ ମେଳାରେ ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଅନ୍ୟନ୍ୟା ବିଭାଗୀୟ କାର୍ଯ୍ୟକ୍ରମ ପ୍ରଦର୍ଶନୀ ଆୟୋଜିତ ହେବା ସହିତ ଜୀବନ୍ତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଗୁଡିକର ପ୍ରଦର୍ଶନ କରାଯାଇଥିଲା । ଏଥିରେ କଲାହାଣ୍ଡି ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ମତ୍ସ୍ୟ ଓ ପ୍ରାଣୀ ପାଳନ ଚାଷୀଙ୍କ ସଫଳ କାହାଣୀ ସହିତ ବିଶେଷଜ୍ଞ ମାନେ ଉପଯୋଗୀ ପରାମର୍ଶ ପ୍ରଦାନ କରିଥିଲେ। ଏହି ଅବସରରେ ସଫଳ ଚାଷୀଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ୟ୍ଯକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେଇଥିବା ମତ୍ସ୍ୟ ଓ ପ୍ରାଣୀ ପାଳକ ଚାଷୀ ଭାଇ ଭଉଣୀ ମାନଙ୍କୁ ଉସାହିତ କରେଇଥିଲା। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ସରକାରୀ ଆର୍ଥିକ ସହାୟତାର ସଚେତନତା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ପ୍ରଚାର ଓ ପ୍ରସାର, ବ୍ୟାଙ୍କ ସହାୟତା ମାଧ୍ୟମରେ କୃଷି ପାଇଁ ଋଣର ସହଯୋଗ, ନିର୍ଦ୍ଧାରିତ ସରକାରୀ ରିହାତିରେ କ୍ରୟ ନିମନ୍ତେ ପରାମର୍ଶ ଦିଆଯାଇଥିଲା। ମୁଖ୍ୟ ଅତିଥି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଷ୍ଟଲ ସବୁ ବୁଲି ଦେଖିଥିଲେ ।

Leave a Reply

Your email address will not be published. Required fields are marked *