ଶ୍ରୀ ଅରବିନ୍ଦ ଶିକ୍ଷା ଶିବିର ଉଦଯାପିତ

କେସିଙ୍ଗା,୧୨.୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମ ସ୍ଥିତ ମାତୃନିକେତନ ପାଠଚକ୍ର ପକ୍ଷରୁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ୧୧,୧୨ ଓ ୧୩ ତିନି ଦିନ ଧରି ଚାଲିଥିଲା । ଶ୍ରୀଅରବିନ୍ଦ ଶିକ୍ଷା ଶିବିର ଗତ ଶୁକ୍ରବାର ଉଦଯାପିତ ହୋଇ ଯାଇଛି। ଏହି ଶିକ୍ଷା ଶିବିରକୁ ଜିଲ୍ଲା ସଂଯୋଜକ ଗଣେଷ ପ୍ରସାଦ ଭାଇ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ l ଏଥିରେ ସମର୍ପଣ ଜୋନ ସଂଯୋଜକ ସୁରେଶ ଭାଇ, ବ୍ରଜ କିଶୋର ଭାଇ, ଦେବେନ୍ଦ୍ର ଭାଇ ପ୍ରମୁଖ ବକ୍ତାଗଣ ଯୋଗଦାନ କରି ଶ୍ରୀଅରବିନ୍ଦଙ୍କ ଆଦର୍ଶ, ନୀତି ଓ ନୂତନ ପ୍ରଣାଳୀରେ ପୂର୍ଣାଙ୍ଗ ଶିକ୍ଷାଦାନ ଆଦି ବିଷୟରେ ଆଲୋକପାତ କରିଥିଲେ।ବର୍ତ୍ତମାନ ଯୁଗରେ ପୂର୍ଣାଙ୍ଗ ଶିକ୍ଷାଦାନ ପ୍ରତ୍ୟେକ ଶିକ୍ଷାକେନ୍ଦ୍ରରେ ଶିକ୍ଷାଦାନ ଦେବା ଜରୁରୀ ବୋଲି ବକ୍ତାମାନେ ମତ ରଖିଥିଲେ। l ଅନୁଷ୍ଠିତ ଶିବିରରେ ପ୍ରସ୍ତାବିତ ସମାଧି ପୀଠରେ ସମବେତ ଧ୍ୟାନ, ଶିକ୍ଷାକେନ୍ଦ୍ରର ଭାଇ,ଭଉଣୀଙ୍କ ଦ୍ୱାରା ଦୁର୍ଗା ସ୍ତୋତ୍ର ପଠନ ଏବଂ ମାଁ ପୁସ୍ତକ ପଠନ କରିଥିଲେ ତୋଷାଳି ଅପା, ଧ୍ୟାନ ପ୍ରାର୍ଥନା କ୍ଷିତିସୁତା ଅପା, ମାତୃ ସଙ୍ଗୀତ ପରିବେଷଣ ଆଦି ବିଷୟ ଆଲୋଚନା କରିଥିଲେ। ସରୋଜ ଭାଇ,ସମ୍ପାଦକୀୟ ବିବରଣୀ ପଠନ କରିଥିଲେ। ରାମେଶ୍ୱର ଭାଇ, ହରି ଭାଇ ସ୍ୱାଗତ ଭାଷଣ ଦେଇଥିଲେ। ଶିବିର ପରିଚାଳନା କରିଥିଲେ ଗୋପୀଚାନ୍ଦ ଭାଇ। ଏହି ଶିବିରରେ ମାତୃ ନିକେତନର ସମସ୍ତ
କାର୍ଯ୍ୟକର୍ତ୍ତା ଓ ସଦସ୍ୟ , ସ୍କୁଲର ଅପା ଭାଇ ଭଉଣୀ, ଛାତ୍ରଛାତ୍ରୀ ମାନେ ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ କରିଥିଲେ l ଉଦଯାପନୀ ଦିବସରେ ପରମ ନିଷ୍ଠା, ନିଷ୍ଠା ହିନତା ଓ ଅସୁଖୀ, ରୂପାନ୍ତରିତ ଯୋଗରେ ମହାଲକ୍ଷ୍ମୀଙ୍କ ଭୂମିକା, ମାନବ ଜନ୍ମର ଉଦ୍ଦେଶ୍ୟ, କିପରି ବାସ୍ତବରେ ସୁଖୀ ରହିବା, ଦଳଗତ ଆଲୋଚନା ଓ ପ୍ରଶ୍ନ, ଉତ୍ତର, ସନ୍ଧ୍ୟା ଅଧିବେଶନରେ ମା ଙ୍କୁ ଡାକିବା କାହିଁକି, ଯୋଗ ପାଇଁ ପ୍ରସ୍ତୁତି ଆଦି ବିଷୟରେ ବକ୍ତାମାନେ ଆଲୋଚନା କରିଥିଲେ।ସନ୍ଧ୍ୟାରେ ଆଧ୍ୟାତ୍ମିକ ପତାକା ଅବତରଣ କରି ଶିବିର କୁ ଉଦଯାପିତ କରାଯାଇ ଥିଲା।

Leave a Reply

Your email address will not be published. Required fields are marked *