ଧର୍ମଗଡ- ୧୪/୧୨ କଳାହାଣ୍ଡି ଜିଲ୍ଲାର ଐତିହାସିକ ଡୋକରିତାଞ୍ଚରାର ଗୁଡ଼ହାଣ୍ଡି ଶିଳାଲେଖ ଏବେ ସଂକଟରେ। ଏହି ଶିଳାଲେଖ ଭୁଷୁଡିବାକୁ ଯାଉଥିଲା ବେଳେ ଉନ୍ନୟନ ସମିତିର ପରାମର୍ଶକ୍ରମେ ତାତଳେ ଦୁଇଟି କଂକ୍ରିଟ ପିଲର୍ କରାଯାଇ ତାକୁ ଭାରା ଦେଇ ଟେକି ରଖାଯାଇଛି। ତେବେ ଡୋକରିଚାଞ୍ଚରା ଉନ୍ନୟନ ସମିତି ଜିଲ୍ଲାର ପୂରାତନ ପର୍ଯ୍ୟଟନ ସ୍ଥଳୀ ପ୍ରତି ଅବହେଳା ଓ ବନ ବିଭାଗର କେବଳ ଠିକାଦାରୀ ମନୋବୃତ୍ତି ଯୋଗୁଁ ଏହି ପର୍ଯ୍ୟଟନ ସ୍ଥଳୀ ବିପଦରେ। ବନ ବିଭାଗ ଏହାର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ବ୍ୟାପକ ହେରଫେର କରି ପକେଟ୍ ଗରମ କରିବାରେ ବ୍ୟସ୍ତ ରହୁଥିଲା ବେଳେ ଡୋକରିଚାଞ୍ଚରା ଉନ୍ନୟନ ସମିତି ପର୍ବପର୍ବାଣୀ ସମୟରେ ଲକ୍ଷ ଲକ୍ଷ ଟଙ୍କା ପାର୍କିଂ ଫି ଆଦାୟ କରି ଐତିହାସିକ ପର୍ଯ୍ୟଟନସ୍ଥଳୀର ବିକାଶ ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି। ତେଣୁ ସ୍ଥାନୀୟ ଅଞ୍ଚଳବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।