ନବାଗତ କନିଷ୍ଠ ଶିକ୍ଷକ/ ଶିକ୍ଷୟିତ୍ରୀମାନଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା

ଭବାନୀପାଟଣା-୧୫/୧୨ ଆଜି ରବିବାର ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଭବନ ଠାରେ ନବାଗତ କନିଷ୍ଠ ଶିକ୍ଷକ ଓ ଶିକ୍ଷୟତୀ (ଯୋଜନା ଭିତ୍ତିକ) ମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଦର ବ୍ଲକ ଶିକ୍ଷକ ସଂଘର ସଭାପତି ମଧୁସୂଦନ ପ୍ରଧାନ ସଭାପତିତ୍ୱ କରିଥିଲା ବେଳେ ସଂପାଦକ ପ୍ରଦ୍ୟୁମ୍ନ କୁମାର ହୋତା ନବାଗତ କନିଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଉଦବୋଧନ ସହ ଅଭ୍ୟର୍ଥନା ଦେଇ ସ୍ୱାଗତ କରିଥିଲେ । ଉକ୍ତସଭା ମଞ୍ଚରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ମୁଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିକ୍ଷାର ମହତ୍ବ ଓ ଶିକ୍ଷକଙ୍କ ଭୂମିକା ସଂପର୍କରେ ନୂତନ ଶିକ୍ଷକମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଅନ୍ୟତମ ସମ୍ମାନ ଅତିଥି ଭାବେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ଅମରେନ୍ଦ୍ର ପଟ୍ଟନାୟକ ଓ ତପନ କୁମାର ବେହେରା, ନର୍ଲା ବ୍ଲକ ସଂଘର ସଂପାଦକ ଅମିତ ଶର୍ମା ଓ ଥୁଆମୂଳ ରାମପୁର ବ୍ଲକର ସଭାପତି ଅଜିତ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଉଦବୋଧନ ଦେଇଥିଲେ । ଏଥିସହ ସଦର ବ୍ଲକର ଉପ ସଭାପତି ବେଣୁଧର ବିଶ୍ୱାଳ , ଦୁଷ୍ମନ୍ତ ମାଝୀ , ପ୍ରଫୁଲ ବାଗ , କନିଷ୍ଠ ଶିକ୍ଷକ ସଂଘର ସାଂପାଦକ ଶ୍ରୀ କାଳନ୍ଦ୍ରୀ ସ୍ୱାଇଁ, ଉପ ସଭାପତି ଶ୍ରୀ ବିଜୟ କୁମାର ଦଳାଇ, ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି ନୂତନ ଶିକ୍ଷକମାନଙ୍କୁ ପୁଷ୍ପଗୁଛ ସହ ସମ୍ମାନିତ କରିଥିଲେ । ଜିଲ୍ଳା ସଂଘର ସଂପାଦକ ତଥା ରାଜ୍ୟ AUPTFର ସଭାପତି ଧୀରେନ୍ଦ୍ର ପଟ୍ଟନାୟକ ରାଜ୍ୟରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସଂପର୍କରେ ରାଜ୍ୟ କାର୍ଯ୍ୟକାରିଣୀ ଜରୁରୀ ବୈଠକରେ ଯୋଗ ଦେବା ପାଇଁ ଭୁବନେଶ୍ବର ଯାଇଥିଲେ ମଧ୍ୟ ସେଠାରେ ଥାଇ ନୂତନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ୱାଗତ ଜଣାଇ ଆଶୀର୍ବାଦ ପ୍ରଦାନ କରିଥିଲେ । ସଭାରେ ୫୦ ରୁ ଉର୍ଦ୍ଧ ନବାଗତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଶେଷରେ ସଂଘର ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା ।

Leave a Reply

Your email address will not be published. Required fields are marked *