
ଭବାନୀପାଟଣା- ୧୬/୧୨ କଳାହାଣ୍ଡି ଜିଲ୍ଲା ରିଷିଗାଁ ସି. ଆର.ସି. ସି. ତଥା ଶିକ୍ଷକ ସାଧନ କର୍ମୀ ବୈକୁଣ୍ଠ ବେମାଲଙ୍କୁ ଶକ୍ତି ଟିଭି ପକ୍ଷରୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ ୨୦୨୪ରେ ସମ୍ମାନିତ କରିଛି । ଗତକାଲି ଟିଟିଲାଗଡ଼ କଲ୍ୟାଣ ମଣ୍ଡପ ଠାରେ ଶକ୍ତି ଟିଭି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସ୍ଵନକ୍ଷତ୍ର ଉତ୍ସବରେ, ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବରେ ପୋୖରାଧ୍ୟକ୍ଷା ମମତା ଦେବୀ ଜୈନ , ମୁଖ୍ୟବକ୍ତା ଭାବରେ ଭାରତୀୟ ହ୍ୟୁମାନ ରାଇଟ କମିଶନର ରାଜ୍ୟ ସଭାପତି ପ୍ରସନ୍ନ ଗୁରୁ, ଓଡ଼ିଶା ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, ଶକ୍ତି ଟିଭି ମୁଖ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ସେଠୀ, ବଳଭଦ୍ର ଦାସ ପ୍ରମୁଖ ମଞ୍ଚାସୀନ ହୋଇ ଆଲୋଚନାର ଶୀର୍ଷକ “ସାମ୍ବାଦିକ-ସମସ୍ୟାର ନା ସମାଧାନ” ! ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ମନୋନୀତ ତଥା ନିମନ୍ତ୍ରିତ ପ୍ରତିଭା ସଂପନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କଳାହାଣ୍ଡି ଜିଲ୍ଲାରେ ଶିକ୍ଷାର ବିକାଶ ମୂଳକ କାର୍ଯ୍ୟରେ ଶିକ୍ଷକ ଶ୍ରୀ ବେମାଲଙ୍କ ଅସାଧାରଣ କୃତିତ୍ୱ ଏବଂ ଅବିଶ୍ରାନ୍ତ କାର୍ଯ୍ୟଦକ୍ଷତା ଯୋଗୁଁ ତାଙ୍କୁ ଶ୍ରେଷ୍ଠ ଶିକ୍ଷକ ଏବଂ ସାଧନ କର୍ମୀ ଭାବରେ ସମ୍ବର୍ଦ୍ଧିତ କରାଯାଇଛି। ଉଲ୍ଲେଖଯୋଗ୍ୟ ଶିକ୍ଷକ ଶ୍ରୀ ବେମାଲ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଭାବେ ସୁନାମ ଅର୍ଜନ କରିଛନ୍ତି। ସେ ଜଣେ ସୁସାହିତ୍ୟିକ, ଓଡ଼ିଆ , ହିନ୍ଦୀ , ସଂସ୍କୃତ ଓ ଇଂରାଜୀ ଭାଷାରେ ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କର ସାହିତ୍ୟ କୃତି ପ୍ରକାଶିତ ହୋଇଥିବା ବେଳେ ଅଲ.ଇଣ୍ଡିଆ ରେଡ଼ିଓ ର ବାର୍ତ୍ତାକାର, ଉପସ୍ଥାପକ , ଆଲୋଚକ ଭାବରେ ବେଶ ଜଣାଶୁଣା। ଶିକ୍ଷକ ଶ୍ରୀ ବେମାଲ ଜଣେ ଉଚ୍ଚ କୋଟିର ସୁବକ୍ତା, ରାଷ୍ଟ୍ରଭାଷା ପ୍ରଚାରକ ଓ ତାଙ୍କ ଦ୍ୱାରା ଲିଖିତ ରିସର୍ଚ୍ଚ ସଂପନ୍ନ ଲେଖା ” The Tribal Art of Kalahandi”. ICHR( Indian Council of Historical Research ) ପକ୍ଷରୁ ଅନୁମୋଦିତ ହୋଇଛି। ତାଙ୍କୁ ଗତ ୨୦୨୩ ମସିହାରେ ” ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ” ତରଫରୁ “ନେସନାଲ ଫେଲୋସିପ୍ ଆୱାର୍ଡ” , ଇଣ୍ଡିଆନ ମିଡିଆ କାଉନସିଲ ଓ.ୟୁ.ଡବ୍ଲ୍ୟୁ.ଜେ. ତରଫରୁ ଶିକ୍ଷାବିତ୍ ସମ୍ମାନ – ୨୦୨୪ରେ ସମ୍ମାନିତ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ତରଫରୁ ସେ “National Education summit 2023 “ରେ ଯୋଗଦାନ ପୂର୍ବକ ଆଲୋଚନାର ଶୀର୍ଷକ “Integral to Inclusion” ରେ ସକ୍ରିୟ ଅଂଶ ଗ୍ରହଣ କରି ବେଶ ସୁନାମ ଅର୍ଜନ କରିଥିଲେ। ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଅଧୀନରେ ସେ ଜଣେ ଉଚ୍ଚ କୋଟୀର ଶୋଧକର୍ତ୍ତା ଭାବେ ମଧ୍ୟ ବେଶ ପରିଚିତ। ସମଗ୍ର ଓଡ଼ିଶାରେ ତାଙ୍କର ମୂଲ୍ୟବୋଧ ଶିକ୍ଷାଭିତ୍ତିକ ଶିକ୍ଷକତା ସର୍ବସାଧାରଣଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇପାରିଛି।