କେସିଙ୍ଗା ମାରଓ୍ବାଡି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

କେସିଙ୍ଗା-୧୭/୧୨ ଆଜି ସ୍ଥାନୀୟ ମାରଓ୍ବାଡି ଯୁବାମଞ୍ଚ ପକ୍ଷରୁ ଅଗ୍ରସେନ ଭବନ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ସକାଳ ୯ ଟା ରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ବେଳେ ଶେଷ ହୋଇଥିଲା। ଏଥିରେ ୭୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ନଗରପାଳ ନୃପରାଜ ଯାଦବ, ସମ୍ମାନିତ ଅତିଥି ରୂପେ କେସିଙ୍ଗା ଆଦର୍ଶ ଥାନା ଆଇଆଇସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ଅଗ୍ରୱାଲ ସଭା ସଭାପତି ଲଜ୍ଜେରାମ ଅଗ୍ରୱାଲ, ସ୍ଥାନୀୟ ସିଏଚସିର ଶିଶୁ ବିଶେଷଜ୍ଞ ଲଳିତ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିଲା ବେଳେ ରକ୍ତଦାନ ଏକ ମହତ୍ ଦାନ ଏବଂ ଏହାଦ୍ଵାରା ବହୁ ନିରୀହ ଲୋକଙ୍କ ଜୀବନ ରକ୍ଷା ହୋଇପାରୁଛି ବୋଲି ନିଜ ନିଜର ବକ୍ତବ୍ୟରେ କହିଥିଲେ। ଏହି ଶିବିର ପରିଚାଳନାରେ ମାରଓ୍ବାଡି ଯୁବାମଞ୍ଚ ଅଧ୍ୟକ୍ଷ ଅଙ୍କିତ ଜୈନ, ସଚିନ ସୌରଭ ଅଗ୍ରୱାଲ, ସଦସ୍ୟ ସୁରେଶ ଅଗ୍ରୱାଲ, ବିବେକ ଜୈନ, ସିଦ୍ଧାର୍ଥ ଅଗ୍ରୱାଲଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *