୨ ଗାଡି ଚାଳକଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ

କେସିଙ୍ଗା,୧୭/୧୨(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଧନଞ୍ଜୟ ନାୟକ ଙ୍କ ଅଦାଲତରେ ଦୁଇ ଅଭିଯୁକ୍ତଙ୍କୁ ଏକ ବର୍ଷ ଲେଖାଏଁ ଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଜରିମାନା ଦେବା ପାଇଁ ମଙ୍ଗଳ ବାର ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ଏକ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଅଛି। ପ୍ରକାଶ ଥାଉକି କେସିଙ୍ଗା ଅଦାଲତ କେସ୍ ନ ୧୫/୬୦ ୨୦୧୪ ଅନୁଯାୟୀ କେସିଙ୍ଗାରୁ ଏକ ଯାତ୍ରୀବାହୀ ବୋଲେରୋ ଭବାନୀପାଟଣା ଯାଉଥିବା ବେଳେ ରାତି ପ୍ରାୟ ତିନି ଟା ସମୟରେ ଜାତୀୟ ରାଜପଥ ୨୬ ଉପରେ ଗାଈଗାଁ ପାଖାପାଖି ଭବାନୀପାଟଣା ପଟୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ ବେପରୁଆ ଭାବରେ ବୋଲେରୋ ସହ ଧକ୍କା ହୋଇଥିଲା।ଫଳରେ ବୋଲେରୋ ଭିତରେ ବସିଥିବା ୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ପରେ ସମସ୍ତ ୬ ଜଣଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଥିମଧ୍ୟରୁ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସମସ୍ତ ୧୯ ଜଣଙ୍କ ସାକ୍ଷ୍ୟ ଓ ବୟାନ ଏବଂ ପାରିପାର୍ଶିକ ଘଟଣାବଳୀକୁ ଆଧାର କରି ଅଭିଯୁକ୍ତ ବୋଲେରୋ ଡ୍ରାଇଭର ମୁକେଶ ସାହୁ ଏବଂ ଟ୍ରକ୍ ଡ଼୍ରାଇଭର ଏସ୍ ଶ୍ରୀନିବାସ ରାଓଙ୍କୁ ଅଦାଲତ ମଙ୍ଗଳବାର ଦଣ୍ଡ ଶୁଣାଇଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଓକିଲ ସତ୍ୟନାରାୟଣ ଜୈନ ଓ ପ୍ରକାଶ ଦାସ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *