ମୁମ୍ବାଇରେ ପୁଣି ଆଉ ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ

କେସିଙ୍ଗା,୧୭/୧୨(ମଧୁ ଠାକୁର) ମୁମ୍ବାଇ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଅନ୍ତର୍ଗତ ପଥର୍ଲା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବାହାଦୁର ପଦର ଗ୍ରାମର ଭୁପିନ୍ଦର ପୋଡ଼ (୪୧) ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପରିବାର ଲୋକଙ୍କ ସୂଚନା ଅନୁସାରେ, ଗତ ନଭେମ୍ବର ମାସରେ ଭୁପିନ୍ଦ୍ର କିଛି ଲୋକଙ୍କ ସହ ଦାଦନ ଖଟିବାକୁ ଯାଇ ସେଠାରେ ଶ୍ରମିକ ଭାବେ କାମ କରୁଥିଲେ। ତେବେ ସବୁଦିନ ଭଳି ସୋମବାର ମଧ୍ଯ କାମ କରିବାକୁ ଯାଇଥିଲେ ଓ ଫେରି ଖାଇ ସାରିବା ପରେ ଶୋଇଥିବା ସମୟରେ ମୃତ୍ୟୁ ହୋଇଛି। ସୋମବାର ରାତିରେ ଘର ଲୋକଙ୍କୁ ଫୋନ୍ କରି ମୁଁ କାଲି ଘରକୁ ଯିବି ବୋଲି କହିଥିବାରୁ ଯାହାଦ୍ଵାରା ଭୁପିନ୍ଦ୍ରଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଶବ ବ୍ୟବଚ୍ଛେଦ କରିବା ପାଇଁ ଗାଁକୁ ଶବ ଆମ୍ବୁଲାନ୍ସ ଯୋଗେ ଫେରିବ ବୋଲି ପରିବାର ବର୍ଗ ପ୍ରକାଶ କରିଛନ୍ତି । ଘଟଣାଟି ଗାଁରେ ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମୃତଙ୍କ ପରିବାର ଲୋକେ କ୍ଷତି ପୂରଣ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ମୃତ ଭୁପିନ୍ଦର ଛୋଟ ଛୋଟ ପୁଅ ଓ ଜଣେ ଝିଅ ଥିବାବେଳେ ମୃତକଙ୍କ ସ୍ତ୍ରୀ ଓ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

Leave a Reply

Your email address will not be published. Required fields are marked *