ଆସନ୍ତା ୨୨ ଓ ୨୩ ରେ ହେବ ବୁଢ଼ା ଡଙ୍ଗର ମହୋତ୍ସବ ୨୦୨୪

କେସିଙ୍ଗା-୧୮/୧୨ ଆଜି ସ୍ଥାନୀୟ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ର ଓ ସମ୍ପାଦକ ଅକ୍ଷୟ ଦାସଙ୍କ ଆମନ୍ତ୍ରଣ କ୍ରମେ ଅଞ୍ଚଳର ସାମ୍ବାଦିକମାନଙ୍କୁ ନେଇ ଏକ ପ୍ରେସ ଇସ୍ତାହାର ପ୍ରକାଶ ପାଇଛି। ଏହି ଇସ୍ତାହାର ଅନୁସାରେ ଡିସେମ୍ବର ୨୨ ଓ ୨୩ ତାରିଖ ଦୁଇଦିନ ଧରି ଜଗନ୍ନାଥ ମନ୍ଦିର ପଡ଼ିଆରେ ଅନୁଷ୍ଠାନ ତରଫରୁ ଲୋକକଳାକୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବ। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ରୂପେ ମଞ୍ଚାସୀନ ହୋଇ ବିଭିନ୍ନ ମନ୍ତବ୍ୟ ଦେବା ସହ ମଞ୍ଚ ଶୋଭାମଣ୍ଡିତ କରିବେ। ଏହି ଅବସରରେ ଶିଶୁରୋଗ ବିଶେଷଜ୍ଞ ଡଃ. ପଲଉ ପ୍ରଧାନ, ଘୁମୁରା ଗୁରୁ ମାର୍କଣ୍ଡ ନାୟକ, ସଙ୍ଗୀତ ନିର୍ଦ୍ଦେଶକ ମନୋରଞ୍ଜନ ପାଢ଼ୀ, ସମାଜସେବୀ ରାମ କୁମାର ଜୈନ, ଅବସର ପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର କୁମାର ଧଳ, ସାମ୍ବାଦିକ ଅଂଶୁମାନ ପାତ୍ର ଓ ନାଟ୍ୟ ନିର୍ଦ୍ଦେଶକ ମନୋଜ ରଥ ପ୍ରମୁଖଙ୍କୁ ସେମାନଙ୍କ ପେଶାଗତ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ମାନିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ଅତିଥି ମାନଙ୍କ ବୈଠକ ପରେ ଜିଲ୍ଲା ତଥା ରାଜ୍ୟସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବାର ମଧ୍ୟ ପ୍ରେସ ଇସ୍ତାହାରରେ ପ୍ରକାଶ। ଏହି ବୈଠକରେ ବିକ୍ରମ ବାରିକ, ଡ଼ଃ. ହରେକୃଷ୍ଣ ଧଳ, କେସିଙ୍ଗା ମହାବିଦ୍ୟାଳୟ ପ୍ରିନ୍ସିପାଲ ସୁଶାନ୍ତ ପାଢ଼ୀ, ଜ୍ଞାନେନ୍ଦ୍ର ମହଲା, ଅମୀୟ ନନ୍ଦ ଏବଂ ଅନୁଷ୍ଠାନର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *