
କେସିଙ୍ଗା ତା ୧୮.୧୨(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ବାଲସି ମଣ୍ଡଳ ପକ୍ଷରୁ ଆସନ୍ତା ଜାନୁୟାରୀ ୫ତାରିଖରେ ହେବାକୁ ଥିବା ସାମାଜିକ ଉତ୍ସବ ଓ ଅଷ୍ଟମ ମହାସଭା ପାଇଁ ମଣ୍ଡଳ ସଭାପତି ମନୋହର ସାହୁଙ୍କ ଆହ୍ଵାନ କ୍ରମେ ଗିରିଗୋବର୍ଦ୍ଧନ ପୀଠ ନିକଟରେ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସାହୁ ସମାଜ ବିଶିଷ୍ଟ ନେଗି କୋଦଣ୍ଡ ସାହୁ ଚଣ୍ଡି ସମାଳାଇଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏଥିରେ ଜିଲ୍ଲା ସଭାପତି ନୀଳମଣି ସାହୁଙ୍କ ସଭାପତିତ୍ବରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସାଧାରଣ ସମ୍ପାଦକ ନବୀନ କିଶୋର ସାହୁ ଏହି ମହାସଭାକୁ କିପରି ଭାବେ ପରିଚାଳନା କରାଯିବ, କ’ଣ ସବୁ ପ୍ରସ୍ତୁତି କରାଯିବ ଏବଂ ମୁଖ୍ୟ ଅତିଥି, ମୁଖ୍ୟବକ୍ତା କାହାକୁ ନିମନ୍ତ୍ରଣ କରାଯିବ, ଖାଇବା ଠାରୁ ଆରମ୍ଭ କରି, ପାନୀୟଜଳ, ଆଲୋକୀ କରଣ, ସଭା ମଣ୍ଡପ ପ୍ରସ୍ତୁତି, ରୋଷେଇ ଆଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ଉପ ସଭାପତି ଯୁବରାଜ ସାହୁ , ଜିଲ୍ଲା ସହ ସମ୍ପାଦକ ସୁଲପାଣି ସାହୁ, କାର୍ଜି ବିରଞ୍ଚି ସାହୁ, ବ୍ଲକ ସଭାପତି ଚକ୍ରଧର ସାହୁ, ମଣ୍ଡଳ ସମ୍ପାଦକ ଅଶ୍ଵିନୀ କୁମାର ସାହୁ, ମଣ୍ଡଳ ସଦସ୍ୟ ତୁମେଶ୍ୱର ସାହୁ, ବାଲସି ଗ୍ରାମ୍ୟ କମିଟି ସଭାପତି ନକୁଳ ସାହୁ, ସମ୍ପାଦକ ଫକୀର ସାହୁ, ଜିଲ୍ଲା ସଦସ୍ୟ କୈବାଲ୍ୟ ସାହୁ, ହେମନ୍ତ ସାହୁ, କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ମହା ସଭାକୁ କିପରି ପରିଚାଳନା କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା।