ବାଲସି ସରପଞ୍ଚ ଭାରତୀ ସୁନା ହେଲେ ପଦଚ୍ୟୁତ

କେସିଙ୍ଗା -୧୯/୧୨ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ସରପଞ୍ଚ ଭାରତୀ ସୁନାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଗୃହୀତ ପାଇଁ ଗତ ୨୮.୧୧.୨୦୨୪ ତାରିଖରେ ଗୁପ୍ତ ଭୋଟିଂ ହୋଇଥିଲା। ଏହି ଭୋଟିଂ ରେ ଦୁଇ ତୃତୀୟାଂଶରୁ ଅଧିକ ଓ୍ବାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ସରପଞ୍ଚ ଶ୍ରୀମତୀ ସୁନାକୁ ପରାସ୍ତ କରିଥିଲେ। ତେବେ ମାନ୍ୟବର ଆଦେଶନାମା ବଳରେ ଭୋଟ ଫଳାଫଳ ଘୋଷଣା ସ୍ଥଗିତ ରହିଥିଲା । ଏହି ଆଦେଶନାମା ହଟିଲା ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୫୨୯/ ତା.୧୯.୧୨.୨୦୨୪ ରିଖରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ ଧାରା ୨୪(୧) ଅନୁସାରେ ସଂମ୍ପୃକ୍ତ ଗୃହୀତ ଅନାସ୍ଥା ପ୍ରସ୍ତାବକୁ କାଏମ ରଖି ଆଜିଠାରୁ ବାଲସି ସରପଞ୍ଚ ଭାରତୀ ସୁନାଙ୍କୁ ପଦଚ୍ୟୁତ ହେଲେ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *