ବାରହା ଉପଦ୍ରବ ଯୋଗୁଁ ୨୦ ଏକର କଦଳୀ ଚାଷ ନଷ୍ଟ

କେସିଙ୍ଗା ,୨୨.୧୨(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତ ବୋରିଆ ଗ୍ରାମର ଭିମା ପାଣି ପଞ୍ଚାୟତ ଅଧୀନରେ ଚାଷୀମାନେ କରିଥିବା କଦଳୀ ଚାଷ ଜମିରେ ବାରହା ମାନେ ଉପଦ୍ରବ କରୁଥିବାରୁ ଚାଷ ନଷ୍ଟ ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଥିପ୍ରତି କେସିଙ୍ଗା ବନ ବିଭାଗ ଦୃଷ୍ଟି ଦେବା ପାଇଁ ଚାଷୀ ମାନେ ଦାବି କରିଛନ୍ତି l ଭିମା ପାଣି ପଞ୍ଚାୟତ ନିକଟରେ ବୋହି ଯାଇଛି ରେତନଦୀ l ଏହି ନଦୀ କୂଳରେ ଗାଁର ଅନେକ ଚାଷୀମାନେ କଦଳୀ ଚାଷ
କରିଛନ୍ତି l ଚାଷକୁ ପାଣି ମଡ଼ାଇବା ପାଇଁ ଉଠା ଜଳସେଚନ ପଏଣ୍ଟର ସୁବିଧା ରହିଛି l ଆଗରୁ ପୁରୁଣା କଦଳୀ ଚାଷ
ରହିଥିଲେ ବି ଚଳିତ ବର୍ଷ ଚାଷୀମାନେ ନୂତନ କଦଳୀ ଗଛ (ପୁଆ)ଲଗାଇଛନ୍ତି l କିନ୍ତୁ ଏହି ନୂତନ କଦଳୀ ଗଛ ମୂଳକୁ ଗତ ଶୁକ୍ରବାର ଓ ଶନିବାର ରାତିରେ ବାରହାମାନେ ଆସି ମୂଳ ମାନଙ୍କରୁ ମାଟି ଖୋଲି ଦେବା ସହ ଚେର ଉପାଡ଼ି ଦେଇଥିବା ଚାଷୀମାନେ ଦେଖିବାକୁ ପାଇଛନ୍ତି। l ଏଭଳି ଲଗାତାର ଭାବେ ଦୁଇ ଦିନ ବାରହା ପଲ ଆସି କ୍ଷୟକ୍ଷତି କରୁଥିବା ନେଇ ଚାଷୀ ମାନେ ଚିନ୍ତାରେ ପଡିଯାଇଛନ୍ତି l ବର୍ତ୍ତମାନ ଗାଁର ଚାଷୀ ପଦ୍ମନାଭ ସ୍ୱାଇଁ, ମନ ନାୟକ, ଲାଲବାହାଦୁର ସ୍ୱାଇଁଙ୍କ କଦଳୀ
ଗଛ ମାନଙ୍କରୁ ବାରହା ମାଟି ଖୋଳି ଦେଇଥିବା ଦେଖିବାକୁ ମିଳିଛି l ପୂର୍ବ ବର୍ଷ ମାନଙ୍କ ତୁଳନାରୁ ଗତବର୍ଷ ଓ ଚଳିତ ବର୍ଷ କଦଳୀ ଚାଷ ଏକର ଏକର ଧିରେ ଧିରେ ବଢ଼ିବାରେ ଲାଗିଛି l ଚଳିତ ବର୍ଷ ଏହି ଏକ ନମ୍ବର ପଏଣ୍ଟରେ ହାରାହାରି ଚାଷୀ ମାନେ ୧୮ ରୁ ୨୦ ଏକର ପର୍ଯ୍ୟନ୍ତ ଚାଷ କରିଥିବା ଚାଷୀମାନେ ପ୍ରକାଶ କରିଛନ୍ତି l ଏଣୁ ଏଦିଗରେ ବନ ବିଭାଗ ଦୃଷ୍ଟି ଦେଇ ବାରହା ମାନଙ୍କୁ ଘଉଡାଇବା ପାଇଁ ଚାଷୀମାନେ ଦାବି କରିଛନ୍ତି l ଏ ବିଷୟରେ କେସିଙ୍ଗା ବନ ବିଭାଗ ଫରେଷ୍ଟର ଯଶୋବନ୍ତ ନାଏକଙ୍କୁ ପଚାରିବାରୁ ଆମକୁ ଚାଷୀ ମାନେ ଲିଖତ ଭାବେ ଅଭିଯୋଗ ଦିଅନ୍ତୁ। ଆମେ ତଦନ୍ତ ପରେ ଯାହା କ୍ଷତିହୋଇଥିବ ସରକାରୀ ଗାଇଡ଼୍ ଲାଇନ ଅନୁସାରେ ହିସାବରେ କିଛି ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *