ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୨ ଦିନିଆ ବୁଢ଼ା ଡଙ୍ଗର ମହୋତ୍ସବର ପ୍ରଥମ ଦିବସରେ ନିଶାନରେ ଦୁଲୁକିଲା ମଞ୍ଚ

କେସିଙ୍ଗା୨୨/୧ ସ୍ଥାନୀୟ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଜଗନ୍ନାଥ ମନ୍ଦିର ପଡ଼ିଆରେ ଅନୁଷ୍ଠିତ ବୁଢାଡଙ୍ଗର ଲୋକ ମହୋତ୍ସଵ ଢୋଲ ନିଶାନରେ ମଞ୍ଚ ଦୁଲକିଥିଲା। ସକାଳେ ଅନୁଷ୍ଠାନ ପରିସରରେ କଳାହାଣ୍ଡି ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକା ମହାନନ୍ଦ ପତକା ଉତୋଳନ କରିଥିଲେ । ପରେ ବୁଢା ଡଙ୍ଗର ମନ୍ଦିର ଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ବିଭିନ୍ନ ସାଂସ୍କୃତିକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସମୟରେ ସାଂସ୍କୃତିକ ମାହୋଲରେ ପରିଣତ ହୋଇଥିଲା। ଏହି ଉପଲକ୍ଷେ ଏକ ଚିତ୍ରକଳା ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା।ଏହାକୁ କେସିଙ୍ଗା ଆଇ ଆଇ ସି ପ୍ରଦୀପ୍ନ ମହାପାତ୍ର ଉଦଘାଟନ କରିଥିଲେ। ସନ୍ଧ୍ୟାରେ ଅନୁଷ୍ଠିତ ଉଦଘାଟନୀ ସାଂସ୍କୃତିକ ସଭାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ଉତ୍ସବ ସଂସ୍କୃତିର ମହାନ ମିଳନ ସ୍ଥଳୀ ବୋଲି କହିଥିଲେ। ବିଶିଷ୍ଟ ଅତିଥି ଭାବରେ ଏନ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ ଯୋଗଦାନ କରିଥିଲା ବେଳେ ଅନ୍ୟତମ ଅତିଥି ଭାବରେ କେସିଙ୍ଗା କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀ ଯୋଗଦାନ କରିଥିଲେ।ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଅକ୍ଷୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶିଷ୍ଟ ଘୁମୁରା ଗୁରୁ ମାର୍କଣ୍ଡ ନାଏକ, ନାଟ୍ୟ ନିର୍ଦେଶକ ଭାବରେ ମନୋଜ ରଥ, ବିଶିଷ୍ଟ କଳାକାର ରବି ରତନ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ମନୋରଞ୍ଜନ ପାଢ଼ୀ ଙ୍କୁ ସମ୍ମାନିତ କରାଯାଇଥିଲା।ଏହି ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ପୁରୀର ମାହାରୀ, ମୟୁରଭଞ୍ଜ ର ଛଉ, ବରଗଡ଼ର ଢଳିଆ ଖୁସା, ମୃଣ୍ମୟୀ ଓ ସାଥିର ବଜାଶାଲ ଓ ମନୋରଞ୍ଜନ ପାଢ଼ୀଙ୍କ ସଙ୍ଗୀତ ବିଚିତ୍ରା ବିଳମ୍ବିତ ରାତି ଯାଏ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ମଞ୍ଚ ପରିଚାଳନା କରିଥିଲେ ଜ୍ଞାନେନ୍ଦ୍ର ଭୋଇ।

Leave a Reply

Your email address will not be published. Required fields are marked *