କଳାହାଣ୍ଡି ଜିଲ୍ଲାର ୧୩ ଟି ବ୍ଲକର କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟ ପୂର୍ତ୍ତ ଓ ପଞ୍ଚାୟତିରାଜ ମନ୍ତ୍ରୀ

କେସିଙ୍ଗା- ୨୩/୧୨ ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସଭା ଗୃହରେ ଜିଲ୍ଲାର ସମସ୍ତ ୧୩ ଟି ବ୍ଲକର କାର୍ଯ୍ୟ ସମୀକ୍ଷା କରିଛନ୍ତି ରାଜ୍ୟ ପୂର୍ତ୍ତ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନ୍ଦ୍ର ନାରାୟଣ ନାଏକ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାରଣା, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ପ୍ରମୁଖ ମଞ୍ଚାସୀନ ଥିଲାବେଳେ ଜିଲ୍ଲାର ୧୩ ଟି ବ୍ଲକର ବିଡ଼ିଓ, ଜିଲ୍ଲା ପୂର୍ତ୍ତ ବିଭାଗ ଓ ଜିଲ୍ଲା ପାନୀୟ ଜଳ ବିଭାଗର ମୁଖ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବିଶେଷ କରି ପରିମଳ, ପାନୀୟ ଜଳ ଓ ଗ୍ରାମୀଣ ଆବାସ ଯୋଜନାରେ ଯେପରି ଲୋକେ ସହଜରେ ଉପକୃତ ହୋଇ ପାରିବେ ସେ ବିଷୟରେ ଧ୍ୟାନ ଦେବାକୁ ବିଡ଼ିଓମାନଙ୍କୁ ପରାମର୍ଶ ଦେବା ସହ ଲାଇନ ବିଭାଗର ଅଧିକାରୀମାନଙ୍କୁ ଭଲ କାମ କରିବାକୁ କହିଥିଲେ।

Leave a Reply

Your email address will not be published. Required fields are marked *