ସଂଗଠନକୁ ସୁଦୃଢ କରିବା ପାଇଁ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବିଜେପି କର୍ମୀଙ୍କୁ ପରାମର୍ଶ

କେସିଙ୍ଗା ତା ୨୩.୧୨(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବୁଢା ଡଙ୍ଗର ଲୋକ ମହୋତ୍ସବରେ ଯୋଗଦେବା ପାଇଁ ଆସିଥିବା ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ ବିଜେପି କର୍ମୀମାନଙ୍କୁ ଆଜି ଏକ ଗୁରୁମନ୍ତ୍ର ଦେଇଥିବା ଜଣାପଡିଛି। କିପରି ସଙ୍ଗଠନ ସୁଦୃଢ଼ ହେବା ସହିତ ଦୀର୍ଘଦିନ ପରେ ଓଡ଼ିଶାରେ ବିଜେପି ସରକାର ଗଠନ ହେବ ସେ ବିଷୟରେ ମତବ୍ୟକ୍ତ କରିଥିଲେ।ସମସ୍ତ କର୍ମୀ ଏକଜୁଟ ହୋଇ ରାଜ୍ୟକୁ ସୁଶାସନ ଚଳାଇବା ସହ ପଶ୍ଚିମ ଓଡ଼ିଶାରେ କିପରି ଦାଦନ ଶ୍ରମିକ ହଟାଯିବ ସେନେଇ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଦୀର୍ଘବର୍ଷରୁ ଡବଲ ଇଞ୍ଜିନ ସରକାର ପାଇଛୁ, ଠିକ୍ ଭାବେ ମିଳିମିଶି କାମ କରିବା ପାଇଁ କର୍ମୀମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ରାଜ୍ୟରେ ସୁଭଦ୍ରା ଯୋଜନା ରେ ୮୦ଲକ୍ଷ ହିତାଧିକାରୀଙ୍କୁ ଆର୍ଥିକ ସହାୟତା କରାଯାଇଛି। ସମସ୍ତ କର୍ମୀଙ୍କୁ ଠିକ୍ ଭାବେ କାମ କରିବା ମନୋବୃତ୍ତି ରଖନ୍ତୁ ଏବଂ ଭାଜି ସାଗକୁ ଖୁଟି ଖାଅ ବୋଲି କର୍ମୀମାନଙ୍କୁ ମନ୍ତ୍ରଦେଇଥିଲେ। ରାଜ୍ୟରେ ବିଜେଡିର ଏଗ୍ରିମେଣ୍ଟ କୁ ବଦଳାଇବା ମୁସ୍କିଲ ବୋଲି ମନ୍ତ୍ରୀ କହିଥିଲେ। ବିଜେଡି ଶାସନର ଚାପ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରହୁଛି ବୋଲି ମଧ୍ୟ ପ୍ରକାଶ କରିଥିଲେ। ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ କର୍ମୀମାନଙ୍କୁ କହିଥିଲେ। ଏହି ପରିପ୍ରେକ୍ଷୀରେ କେସିଙ୍ଗା ସହର ସ୍ଥିତ ବଗାଡ଼କୁ ଯାଇ ଯାଦବ ଭବନ ଉଦ୍ଘାଟନ କରିଥିଲେ। କେସିଙ୍ଗା ପଞ୍ଚାୟତ ସମିତି ରେ ଜିଲା ର ୧୩ଟି ବ୍ଲକ ର ବିଡ଼ିଓ ଏବଂ ବିଭିନ୍ନ ଲାଇନ୍ ବିଭାଗର କାର୍ଯ୍ୟ ସମୀକ୍ଷା କରିଥିଲେ। ପରିଶେଷରେ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ସ୍ଥଳକୁ ଯାଇଥିଲେ।

Leave a Reply

Your email address will not be published. Required fields are marked *