
କେସିଙ୍ଗା- ଆଜି ସ୍ଥାନୀୟ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ବୁଢା ଡଙ୍ଗର ଲୋକ ମହୋତ୍ସବ ୨୦୨୪ ଦ୍ବିତୀୟ ଦିବସରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ୨ୟ ଦିବସର ପୂର୍ବାହ୍ନ ୧୦ ଘ. ରେ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗୀତା, ୧୧ ଟାରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ଅପରାହ୍ନ ୪ ଟାରେ ସଙ୍ଗୀତା ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦ୍ବିତୀୟ ଦିବସର ମୁଖ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ , ପରିମଳ ଓ ପାନୀୟ ଜଳ ମନ୍ତ୍ରୀ ରବି କୁମାର ନାଏକ ମୁଖ୍ୟ ଅତିଥି, ବିଶିଷ୍ଟ ଅତିଥି କଳାହାଣ୍ଡି ଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ, ସ୍ବତନ୍ତ୍ର ଅତିଥି ମାନ୍ୟବର ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ କେସିଙ୍ଗା ବ୍ଲକ ଚେୟାରମେନ ଚନ୍ଦନ ସେନାପତି, ଅନୁଷ୍ଠାନର ସଭାପତି ସୁଶାନ୍ତ ମହାପାତ୍ର ଓ ସଂପାଦକ ଅକ୍ଷୟ ଦାସ ପ୍ରମୁଖ ମଞାସୀନ ଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଅଭିଭାଷଣରେ ଲୋକକଳାକୁ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ସୁନାମ ଅର୍ଜନ କରିବା ସହିତ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଶିଶୁରୋଗ ବିଶେଷଜ୍ଞ ଡଃ ପଲଉ ପ୍ରଧାନ, ସମାଜସେବୀ ରାମ କୁମାର ଜୈନ, ଅବସର ପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ଧଳ ଓ ସାମ୍ବାଦିକ ଅଂଶୁମାନ ପାତ୍ରଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଭୁବନେଶ୍ବର ର ଓଡିଶୀ, ସମ୍ବଲପୁରର ରଙ୍ଗଫୁଲିଆ, ବିଏସଏ ର ମଲ୍ଲି ଫୁଲ ବଜାଶାଲ ନୃତ୍ୟ, କେସିଙ୍ଗା ମହାବିଦ୍ୟାଳୟ ଦ୍ବାରା ଲୋକନୃତ୍ୟ, ପୁରୀର ଘୋଡ଼ା ନାଚ, କୋରାପୁଟ୍ ଢେମସା ଏବଂ ଦୁଷ୍ମନ୍ତ ଓ ସାଥିଙ୍କ ଦ୍ବାରା ସମ୍ବଲପୁରୀ ଅର୍କେଷ୍ଟା ଆଦି ସାଂସ୍କୃତିକ କାର୍ଯ୍ୟମାନ ବିଳମ୍ବିତ ରାତି ଯାଏ ପରିବେଷଣ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ଜ୍ଞାନେନ୍ଦ୍ର ମହଲା।